ପୁରୀ, ୮/୪ : ପୁଣି ଶ୍ରୀମନ୍ଦିରରେ ଅଘଟଣ। ଗରମ ଡାଲି ପଡ଼ି ଜଣେ ବୋଝିଆ ଗୁରୁତର। ଗୁରୁତର ବୋଝିଆ ହେଉଛନ୍ତି ଚନ୍ଦନପୁର ତଳଜଙ୍ଗ ଗ୍ରାମର ବଳଭଦ୍ର ପ୍ରଧାନ। ଭୋଗ ବୋହିବା ସମୟରେ ଘଟିଛି ଏଭଳି ଘଟଣା ଘଟିଥିବାବେଳେ ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗରମ ଡାଲି ପଡ଼ି ଯିବାରୁ ବଳଭଦ୍ରଙ୍କ ପେଟ, ଛାତି, ହାତ ଓ ଗୋଡ଼ରେ ପୋଡ଼ି ଯାଇଛି । ତେବେ ପୁରୀ ହସ୍ପିଟାଲର ବର୍ଣ୍ଣ ଓ୍ବାର୍ଡରେ ଏସି କାମ ଦେଉନଥିବାରୁ ବଳଭଦ୍ରଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ତେବେ ଠାକୁରଙ୍କ ନୀତି କାନ୍ତିରେ କୌଣସି ପ୍ରଭାବ ପଡ଼ିନାହିଁ।