ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଓଡ଼ିଆ ପକ୍ଷ ନେଇ ପ୍ରଶାସନ ପକ୍ଷରୁ ରକ୍ତଦାନ ଅଭିଯାନ, ୫୩ ୟୁନିଟ୍‌ ରକ୍ତ ସଂଗ୍ରହ

Published By : Prameya | April 8, 2025 7:59 PM

ମାଲକାନଗିରି : ଓଡ଼ିଆ ପକ୍ଷ-୨୦୨୫ ପାଳନର ଅଷ୍ଟମ ଦିବସରେ ଉଚ୍ଚ ଶିକ୍ଷା ବିଭାଗ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ରେଡ଼କ୍ରସ ତରଫରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ୍ ଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ରହି ଏହି ମହତ୍ କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ସେ ଏହି ଅବସରରେ କହିଥିଲେ ଯେ, ରକ୍ତଦାନ ଜୀବନ ଦାନ। ରକ୍ତ ବିନା ମଣିଷ ବଞ୍ଚି ପାରିବ ନାହିଁ। ସେଥିପାଇଁ ସ୍ଵେଚ୍ଛାକୃତ ରକ୍ତଦାନର ଆବଶ୍ୟକତା ରହିଛି। ଜଣେ ସୁସ୍ଥ ବ୍ୟକ୍ତି ରକ୍ତଦାନ କଲେ ସେହି ରକ୍ତ ଅନ୍ୟ ଜଣେ ବ୍ୟବହାର କରି ବଞ୍ଚି ପାରିବ। ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଏକ ମହାନ୍ କାର୍ଯ୍ୟରେ ସାମିଲ ହୋଇ ରକ୍ତଦାନ ଆନ୍ଦୋଳନକୁ ସଫଳ କରିଥିବାରୁ ସମସ୍ତଙ୍କୁ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଛନ୍ତି। 

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ,ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ଓ ଡେପୁଟି କଲେକ୍ଟର ଉମା ପ୍ରସାଦ ଦାସ ଉପସ୍ଥିତ ଥିଲେ।ରକ୍ତ ଭଣ୍ଡାର ତରଫରୁ ଡ଼ା ସାଗର କୁମାର ବାଲା, ଲ୍ୟାବ୍ ଟେକ୍ନିସିଆନ ସୁଜନ କୁମାର ରୟ, ନର୍ସିଂ ଅଫିସର ଏନ ସୁବର୍ଣ୍ଣାଙ୍କ ସମେତ ସେବିକାମାନେ ଉପସ୍ଥିତ ଥିଲେ। ମାଲକାନଗିରି ମହାବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ, ଆଇଟିଆଇର ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସମେତ ପୋଲିସ, ବିଏସଏଫ ଓ ସରକାରୀ କର୍ମଚାରୀ ଆଜିର ଶିବିରରେ ରକ୍ତଦାନ କରିଛନ୍ତି। ଏହି ଶିବିରରେ ୫୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। 

ଜିଲ୍ଲାପାଳଙ୍କ ଜରୁରୀକାଳୀନ ବିଭାଗ ପକ୍ଷରୁ ସହାୟକ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା, କୁନା ନାୟକ, ଲିପ୍ସାରାଣୀ ଦାସ ଓ ପ୍ରମିଳା ଶବର ଶିବିର ଆୟୋଜନ କରିବାରେ ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.