ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

AE, JE ଙ୍କ ଗାଡିରୁ ମିଳିଲା ୫ ଲକ୍ଷ, ଦୁଇ ଯନ୍ତ୍ରୀଙ୍କୁ ଅଟକ ରଖିଛି ଭିଜିଲାନ୍ସ…

Published By : Prameya | April 11, 2025 10:01 PM

ମାଲକାନଗିରି ୧୧/୪ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଦୁଇ ଅଧିକାରୀ କାର ଯୋଗେ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ଟଙ୍କା ଜବତ କରି ଉଭୟ ଅଧିକାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ତେବେ ମିଳିଥିବା ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ କାର୍ଯ୍ୟରତ ଥିବା AE ପବିତ୍ର ମୋହନ ପାଣିଗ୍ରାହୀ ଓ JE ଜଗନ୍ନାଥ ବେହେରା ଏକ କାର ଯୋଗେ ଚିତ୍ରକୋଣ୍ଡାରୁ ଜଯପୁର ଅଭିମୁଖେ ଯାଉଥିବା ବେଳେ ଗୋବିନ୍ଦପାଲି ଘାଟିରେ ସେମାନଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଚଢାଉ କରିଥିଲେ । ସେମାନଙ୍କ ନିକଟରୁ ପ୍ରାୟ ୫ ଲକ୍ଷ ୧୦ ହଜାର ଟଙ୍କା ଜବତ ହୋଇଛି । ତୁରନ୍ତ ସେମାନଙ୍କୁ କାବୁ କରି ଜୟପୁର ଭିଜିଲାନ୍ସ ବିଭାଗ କାର୍ଯ୍ୟଳୟକୁ ନିଆଯାଇଥିବା ବେଳେ ସେଠାରେ ସେମାନଙ୍କୁ ପଚରା ଉଚରା କରାଯାଉଛି । ତେବେ ଏହି ଅର୍ଥ କେଉଁଠୁ ଆସିଲା ସେନେଇ ତଦନ୍ତ ଜାରି ଥିବା ଜୟପୁର ଭିଜିଲାନ୍ସ ଏସ.ପି ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.