ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ମାଓବାଦୀଙ୍କ ପ୍ରେସର ମାଇନ ବିସ୍ଫୋରଣ : ଜଣେ ଯବାନ ଗୁରୁତର

Published By : Prameya | April 9, 2025 11:01 PM

ମାଲକାନଗିରି,୯।୪(ଆପ୍ର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ନକ୍ସଲମାନଙ୍କ ଦ୍ୱାରା ବିଛା ଯାଇଥିବା ପ୍ରେସର ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଗୁରୁତର  ହୋଇଛନ୍ତି। ବିଜାପୁର ଜିଲ୍ଲା ଚିନ୍ନାକୋଡେପାଲ ଅଞ୍ଚଳକୁ ସିଆରପିଏଫ ୧୯୬ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିଲେ। ଯବାନମାନେ ନକ୍ସଲଙ୍କ ପ୍ରେସର ଆଇଇଡି ବିସ୍ଫୋରଣ ସଂସ୍ପର୍ଶରେ ଆସିଥିଲେ।  ସିଆରପିଏଫ ବାହିନୀର (ବୋମା ନିଷ୍କ୍ରିୟକାରୀ ଦଳ)ର ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। 

କୋଡେପାଲ ନାଳ ନିକଟରେ ମାଓବାଦୀମାନେ ଏକ ପ୍ରେସର  ଆଇଇଡି ଖଞ୍ଜିଥିଲେ। ଯବାନ ପ୍ରେସର ଆଇଇଡି ସଂସ୍ପର୍ଶରେ ଆସିବାରୁ ଆଇଇଡି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଯବାନଙ୍କ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଥିଲା। ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ଜିଲ୍ଲା ହସ୍ପିଟାଲ ବିଜାପୁରରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଉନ୍ନତ ଚିକିତ୍ସା ଜାରି ରହିଛି। ଅନ୍ୟପକ୍ଷରେ ଘଟଣା ପରେ ସୁରକ୍ଷା ବାହିନୀ ଆଖପାଖ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରିଛି। ମାଓବାଦୀଙ୍କ ଉପସ୍ଥିତି ଏବଂ ଅନ୍ୟ ଯେକୌଣସି ପ୍ରକାରର ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ସୁରକ୍ଷାବାହିନୀ ସଜାଗ ରହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.