ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବିସ୍ଫୋରକ ସାମଗ୍ରୀ ଜବତ, ୨୨ ମାଓବାଦୀ ଗିରଫ

Published By : Prameya | April 17, 2025 11:01 PM

ମାଲକାନଗିରି, ୧୭/୪ (ଆପ୍ର )ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । ଉସୁର ଥାନା, ଜଙ୍ଗଲା ଥାନା ଓ ନେଲସନାର ଥାନା ଅଞ୍ଚଳରୁ ବିସ୍ଫୋରକ ସାମଗ୍ରୀ ସହ ୨୨ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ପୁର୍ବରୁ ଛତିଶଗଡ ସରକାର ଚାରି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

 ଏହା ସହ ଏମାନଙ୍କ ଠାରୁ ଟିଫିନ୍ ବୋମା, କୋଡେକ୍ସ ତାର, ଜିଲୋଟିନ ଷ୍ଟିକ୍, ଡିଟୋନିଟର, ବ୍ୟାଟେରୀ, ବିଦ୍ଯୁତ ତାର ସହ ମାଟି ଖୋଳିବା ଉପକରଣ ଜବତ ହୋଇଛି । ଉସୁର, ଜଙ୍ଗଲା ଓ ନେଲସନାର ଥାନାର ଡିଆରଜି ବାହିନୀ ସହ କୋବ୍ରା ବାଟାଲିୟନର ଜବାନଙ୍କ ମିଳିତ କମ୍ବିଂ ଅପରେସନ ବେଳେ ସୁରକ୍ଷା କର୍ମୀ ହାତରେ ଧରା ପଡିଛନ୍ତି ଏହି ୨୨ଜଣ ମାଓବାଦୀ । ଗିରଫ ମାଓବାଦୀଙ୍କ ବିରୁଦ୍ଧରେ ଉସୁର, ଜଙ୍ଗଲା ଏବଂ ନେଲସନାର ଥାନାରେ ପୂର୍ବରୁ ଅନେକ ମାମଲା ରହିଥିବା ବେଳେ ଗିରଫ ପରେ କାର୍ଯ୍ୟାନୁଷ୍ଠାନ ଲାଗି ସେମାନଙ୍କୁ ବିଚାର ବିଭାଗୀୟ ବିଜାପୁର କୋର୍ଟରେ ହାଜର କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.