ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ ଉଦଯାପିତ

Published By : Prameya | April 15, 2025 11:15 PM

ମାଲକାନଗିରି,୧୫।୪ (ଆପ୍ର): ମାଲକାନଗିରି ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ୧୫ ବର୍ଷରୁ କମ ସି.ଏମ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ ୨୦୨୫ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ମାଲକାନଗିରି ଇଲେଭେନ ଷ୍ଟାର କ୍ଳବ ୫-୦ ଗୋଲରେ କୋରୁକୋଣ୍ଡା ସାଇ ସ୍ପୋର୍ଟସ ୟୁଥ କ୍ଳବକୁ ହରାଇ ଚାମ୍ପିୟନ ହୋଇଛି । 

ଏଥିରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲୋ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସାଂସଦ ପ୍ରତିନିଧି ବିଜୟ ମହାରଣା, ମାଲକାନଗିରି ବିଧାୟକ ଜିଲ୍ଲା ପ୍ରତିନିଧି ନିହାର ରାୟ, ପୌର ପରିଷଦ ପ୍ରତିନିଧି ରାହୁଲ ଟାୱାରି,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝି,  ଜିଲ୍ଲା ଅଥଲେଟିକ ଆସୋସିଏସନ କାର୍ଯ୍ୟକାରୀ ସଭାପତି ଡି. ଭେଙ୍କେଟ ରାଓ, ଜିଲ୍ଲା ଅଥଲେଟିକ ଆସୋସିଏସନ ସମ୍ପାଦକ ରାମହରି ପଣ୍ଡା, ଯୁଗ୍ମ ସମ୍ପାଦକ ଗୋପୀକୃଷ୍ଣ ପଟ୍ଟନାୟକ, ବରିଷ୍ଠ କ୍ରୀଡ଼ାବିତ ଶିବ ପ୍ରସାଦ ପାତ୍ର ଓ ଏସ. ଏରାସ୍ୱାମୀ ଯୋଗ ଦେଇ ଯୁବ ପ୍ରତିଭା ଅନ୍ୱେଷଣ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଶେଷରେ ଅତିଥିମାନେ ଚମ୍ପିୟନ ଓ ରନର୍ସ ଅଫ ଟ୍ରଫି ପ୍ରଦାନ କରିଥିଲେ ।  ଏଥିରେ ଜିଲ୍ଲାର ମୋଟ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.