ପ୍ରମୂଖ ଖବର
  • ବଲାଙ୍ଗୀର : ଜାଲ୍ ନୋଟ୍ କାରବାର ଅଭିଯୋଗରେ ୨ ଗିରଫ, ୫୦ ହଜାର ଟଙ୍କାର ନକଲି ନୋଟ୍ ଜବତ
  • ||
  • ଫୁଲବାଣୀ : ପିକଅପ୍ ଭ୍ୟାନ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • ବୈତରଣୀ ନଦୀ ପଠା ମଶାଣିରୁ ଶବ ଚୋରି ଅଭିଯୋଗ, ମୃତଦେହ ପୋତା ସ୍ଥାନରେ ପଡ଼ିଛି ମଦ ବୋତଲ
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ୧୨ରୁ ଦୁଇ ଦିନ ଯାଏ କାଳବୈଶାଖୀ ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ
  • ||
  • ଭୁବନେଶ୍ୱର : ସ୍କୁଲ ବନ୍ଦ ନିର୍ଦ୍ଦେଶକୁ ବିରୋଧ, ବାରଣ୍ଡାରେ ଧାରଣା ଦେଲେ ଶତାଧିକ ଛାତ୍ରଛାତ୍ରୀ
  • ||
  • ଗୁରୁବାର ଠାକୁରଙ୍କ ଦୟଣା ଚୋରି ନୀତି, ୨ଦିନ ରତ୍ନଭଣ୍ଡାର ମରାମତି ବନ୍ଦ
  • ||
  • ବଲାଙ୍ଗିରରେ ପୁଣି ଶିଶୁ ବିକ୍ରି: ନବଜାତକକୁ ମଧ୍ୟସ୍ଥି ଜରିଆରେ ୨୦ ହଜାରରେ ବିକିଥିବା ଅଭିଯୋଗ
  • ||
  • ସମ୍ବଲପୁରରେ ସକାଳୁଆ ଅଫିସ୍, ସମୟ ସାରଣୀରେ ନାହିଁ ଲଞ୍ଚ୍ ବ୍ରେକ୍
  • ||
  • ମୟୂରଭଞ୍ଜ : ଶାଳ ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଲୁଟ୍‌ କରି ଫେରିବା ବେଳେ କାର୍‌ ଦୁର୍ଘଟଣା: ଗାଡ଼ିରୁ ସୁନା ରୁପା ସହ ଟଙ୍କା ଜବତ, ୨ ଅଟକ
  • ||
  • ଗୁରୁବାର ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ୍
  • ||

ପୋଖରୀରେ ଗାଧୋଇ ଘରକୁ ଫେରୁଥିଲେ ଶ୍ରମିକ, ରାସ୍ତାରେ ଟଳି ପଡିଲେ : ଅଂଶୁଘାତ ମୃତ୍ୟୁ ଅଭିଯୋଗ

Published By : Prameya | April 3, 2025 10:48 PM

ଖଲ୍ଲିକୋଟ, ୩/୪ : ପୋଖରୀରେ ଗାଧୋଇ ସାରି ଘରକୁ ଫେରୁଥିଲେ। ରାସ୍ତାରେ ଟଳିପଡିଲେ । ମୃତ ଶ୍ରମିକ ଜଣକ ହେଉଛନ୍ତି କେଶପୁର ପଞ୍ଚାୟତ ଅନ୍ତର୍ଗତ ଫାସିଡି ଗ୍ରାମର ଏମ. ରଘୁ ପାତ୍ର (୬୦) । ତେବେ ଅଂଶୁଘାତରେ ମୃତ୍ୟୁ ହୋଇଥିବା‌ ଅଭିଯୋଗ ହୋଇଛି।

 କେଶପୁର ପଞ୍ଚାୟତ ଅନ୍ତର୍ଗତ ଫାସିଡି ଗ୍ରାମର ଏମ. ରଘୁ ପାତ୍ର ଶ୍ରମିକ ଭାବେ କାମ କରନ୍ତି। ଗୁରୁବାର ମଧ୍ୟାହ୍ନରେ  କାମ ସାରି ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇ ସାରି ପ୍ରବଳ ଖରାରେ ଘରକୁ ଫେରୁଥିବା ବେଳେ ହଠାତ ମୁଣ୍ଡ ବୁଲାଇ ହୋଇ ଘର ଆଗରେ ଟଳି ପଡିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକ ଏକ ଅଟୋ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ସେତେବେଳକୁ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରବଳ ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହ କାରଣରୁ ଅଂଶୁଘାତ ହୋଇଥିବା ପରିବାର ଲୋକ ସନ୍ଦେହ କରୁଥିବା ବେଳେ  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଡାକ୍ତର କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.