ଦିଗପହଣ୍ଡି, ୯।୪ : ସ୍ବାମୀ-ସ୍ତ୍ରୀ କଳିରୁ ବୋମାମାଡ । ଶ୍ବଶୁର ଘର ଉପରେ ଜ୍ବାଇଁର ବୋମାମାଡ଼। ଉଡ଼ିଗଲା ଘର ଛପର । ଭାଙ୍ଗିଗଲା ପଡ଼ୋଶୀ ଘରର କାନ୍ଥ । ଦିଗପହଣ୍ଡି ଥାନା କୁଶପଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଦିଗପହଣ୍ଡି ଥାନା କୁଶପଡ଼ା ଗାଁରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା। ପାରିବାରିକ କଳହକୁ ନେଇ ଶ୍ବଶୁର ଘର ଉପରେ ଜ୍ବାଇଁ ବୋମା ଫିଙ୍ଗି ଦେଇଥିଲା।ଏଥିରେ ଶ୍ବଶୁର ଘରର ଛପର ଉଡିଯାଇଥିଲା। ପଡ଼ୋଶୀ ଘରର କାନ୍ଥ ଭାଙ୍ଗି ଯାଇଥିଲା। ତେବେ ଶ୍ବଶୁର ଘର ଲୋକେ ଓ ତାଙ୍କ ପଡ଼ୋଶୀ ଅଳ୍ପକେ ବର୍ତ୍ତିଯାଇଥିଲେ । ଖବର ପାଇ ଦିଗପହଣ୍ଡି ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଥାନାକୁ ନେଇ ଅଟକ ରଖିଛି।