ପ୍ରମୂଖ ଖବର
  • ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର, ଚାଳକଙ୍କ ସହ ୪ ଗୁରୁତର
  • ||
  • ମୋହନା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ
  • ||
  • ବିଜାପୁର ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୩ ହାର୍ଡକୋର ମାଓବାଦୀ
  • ||
  • IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା
  • ||
  • ଚିତ୍ରକୋଣ୍ଡା : ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା
  • ||
  • କୋରାପୁଟ : ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର
  • ||
  • କେନ୍ଦୁଝର : ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ
  • ||
  • ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର,ବେଲପାହାଡ- ଝାରସୁଗୁଡ଼ା ରାସ୍ତାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ||
  • ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ରାଜ୍ୟରେ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||

ୱାକଫ୍ ବିଲ୍‌କୁ ନେଇ ଅତନୁ କହିଲେ: "ନବୀନ ପଟ୍ଟନାୟକ ଆମ ନେତା, ଠିକଣା ସମୟରେ ନିଅନ୍ତି ଠିକ୍ ନିଷ୍ପତ୍ତି"

Published By : Prameya | April 9, 2025 12:19 PM

ଭୁବନେଶ୍ଵର, ୯/୦୪ : ୱାକଫ୍ ବିଲ୍‌କୁ ନେଇ ବିଜେଡିରେ ହଲଚଲ୍। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି ଯେ, ୱାକଫ ସମ୍ପର୍କରେ ସାଂସଦ ମୁନ୍ନା ଖାଁ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଧର୍ମ ନିରପେକ୍ଷତା ବଜାଏ ରହିଛି। ନବୀନ ପଟ୍ଟନାୟକ ଆମ ନେତା। ୨୫ ବର୍ଷରୁ ବିଜେଡିର ନେତୃତ୍ୱ ନେଉଛନ୍ତି। ସେ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନିଅନ୍ତି। ଆବଶ୍ୟକତା ପଡିଲେ ନିଷ୍ପତ୍ତି ନେବେ। ଅପେକ୍ଷା କରନ୍ତୁ। ସବୁ ସାଂସଦ ଓ ଦାୟିତ୍ୱରେ ଥିବା ନେତା ଗୋଟେ ଧାଡିରେ ଅଛନ୍ତି। କାହାର ଓଲମ ବିଲମ ନାହିଁ। ଘର ଭିତରେ ଖୁଟ୍‌ଖାଟ ହୁଏ। 

ସେହିପରି ପ୍ରଭାତ ତ୍ରିପାଠୀଙ୍କ ପ୍ରତିକ୍ରିୟାକୁ ନେଇ ଅତନୁ କହିଛନ୍ତି ଯେ, ସେ ମୋ ନାଁ ନେଇ ନାହାନ୍ତି। ମୋ DNAରେ ତୋସାମୋଦି କି ଚାମଚାଗିରି ନାହିଁ। ସେ ମୋ ବାପାଙ୍କୁ ଜାଣିଛନ୍ତି। ସେ ଶେଷ ଯାଏଁ ବିଜୁ ବାବୁଙ୍କ ସହ ଥିଲେ। ମୁଁ ନବୀନ ବାବୁଙ୍କ ସହ ଅଛି। ଦାୟିତ୍ୱ ନ ମିଳିଲେ ବି ନବୀନ ବାବୁଙ୍କ ସହ ଅଛି। ପ୍ରଭାତ ଭାଇ ତ ଆଉ ବିଜେଡିରେ ନାହାନ୍ତି। ସେ ନିଜେ ଏହା ସ୍ୱୀକାର କରିଛନ୍ତି। ସେ ବିଜେଡିର ଆଭ୍ୟନ୍ତରୀଣ କଥା ପାଇଁ ଏତେ ବ୍ୟସ୍ତ କାହିଁକି ? ନବୀନ ବାବୁଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରି ନାହାନ୍ତି। କିଏ ନିଜେ ସୁବିଧା ପାଇଁ ଚ୍ୟାଲେଞ୍ଜ କରିଥିବେ। ଦେବାଶିଷ ବାବୁ ବି ଚ୍ୟାଲେଞ୍ଜ କରି ନାହାନ୍ତି। ଦଳ ବାହରେ କିଏ କଣ କହିଲେ ସମ୍ପର୍କ କଣ। କାହାକୁ କଣ ଆକ୍ଷେପ କଲେ ଅଲଗା କଥା। ଦଳ ଦୁଇ ଭାଗ ନୁହେଁ। ନବୀନଙ୍କ ନେତୃତ୍ୱରେ ଦଳ ଏକ। ସବୁ ଏକାଠି ହୋଇ ଅଛୁ। ସବୁବେଳେ ନବୀନ ବାବୁ ଠିକ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ ଲକ୍ଷ କର୍ମୀ ନବୀନ ବାବୁଙ୍କ ପାଇଁ ଅଛନ୍ତି। ଦଳ ଶୃଙ୍ଖଳିତ। ନବୀନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବୁ।


ସେପଟେ ପଟିଆସ୍ଥିତ ହୋଟେଲ୍ କ୍ରିଷ୍ଟାଲ କ୍ରାଉନ୍‌ରେ ବିଜେଡି ବରିଷ୍ଠ ଏବଂ ଯୁବ ନେତାମାନେ ଏକାଠି ହୋଇଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ, ଭୁପିନ୍ଦର ସିଂ, ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ବଦ୍ରୀ ପାତ୍ର, ନୃସିଂହ ସାହୁ, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓଙ୍କ ଭଳି ନେତାଙ୍କୁ ଏଠାରେ ଦେଖିବାକୁ ମିଳିଛି। ତେବେ ବୈଠକର କାରଣ କଣ ତାହା ଜଣାପଡନି । ତଥାପି ୱାକଫ ବିଲ ସମର୍ଥନକୁ ନେଇ ଗତ କିଛି ଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମେଳି ଅନେକ ପ୍ରଶ୍ନ ଉଠାଇଛି। କାରଣ ଗତକାଲି ନବୀନ ନିବାସରେ ବୈଠକ ଡାକିଥିଲେ ସୁପ୍ରିମୋ। ୱାକଫ ବିଲ ସମର୍ଥନକୁ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନାହିଁ ଦଳ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.