ଶ୍ରୀନଗର,୧୨/୦୪: ଜାମ୍ମୁକାଶ୍ମୀର ଅଖନୁର ସେକ୍ଟର ଏଲଓସିରେ ଆତଙ୍କୀଙ୍କ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିଛନ୍ତି ଭାରତୀୟ ସେନା । ଏହି ସମୟରେ ଆତଙ୍କୀଙ୍କ ସହ ଗୁଳି ବିନିମୟ ଜଣେ ଜେସିଓ ଶହୀଦ୍ ହୋଇଛନ୍ତି । ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତୀୟ ସେନା ପଣ୍ଡ କରିଥିଲା । ଆତଙ୍କୀକୁ ଜବାବ୍ ଦେଇଥିଲା ସେନା । ଶେଷ ନିଶ୍ବାସ ଯାଏ ଆତଙ୍କୀ ସହ ଲଢ଼େଇ କରିଥିଲେ ଜୁନିୟର କମିସନଣ୍ଡ ଅଫିସର କୁଳଦୀପ ଚାନ୍ଦ  ।

ପଞ୍ଜାବ ୯ ଜେସିଓ (ସୁବେଦାର) କୁଳଦୀପ ଚାନ୍ଦ କେରି-ବଟ୍ଟଲ କ୍ଷେତ୍ରରେ ଏଲଓସିରେ ଅନୁପ୍ରବେଶ ବିରୋଧୀ ଅଭିଯାନର ନେତୃତ୍ୱ ନେଉଥିଲେ । ଏହି ସମୟରେ ହୋଇଥିବା ସଂଘର୍ଷରେ ସେ ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେ ବୀରଗତି ପ୍ରାପ୍ତ କରିଛନ୍ତି । ସେପଟେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ଅତିରିକ୍ତ ଫୋର୍ସ ମୁତୟନ କରାଯାଇଥିବା ସେନା ପକ୍ଷରୁ ସୂଚନା ମିଳିଛି ।

ଅଧିକ ପଢନ୍ତୁ...ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି

୩ ଆତଙ୍କୀ ସଫା- ଜମ୍ମୁ-କାଶ୍ମୀରର କିସ୍ତୱାରା ଜିଲ୍ଲା ଚତ୍ରୁ ଜଙ୍ଗଲରେ ଶୁକ୍ରବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜୈସ୍‌ କମାଣ୍ଡର ସୈଫୁଲ୍ଲା ରହିଛି । ୩ ଆତଙ୍କୀଙ୍କ ମୁଣ୍ଡରେ ୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ରହିଥିଲା । ଗତ ୩ ଦିନ ଧରି ଗୁଳି ବିନିମୟ ପରେ ୩ ଆତଙ୍କୀବାଦୀ ନିପାତ ହୋଇଛନ୍ତି । କିସ୍ତୱାରା ଅଞ୍ଚଳରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଆଗକୁ ମଧ୍ୟ କୁମ୍ବିଂ ଅପରେସନ ଜୋରଦାର ହେବ ।

ପାକିସ୍ତାନ-ଭାରତ ମଧ୍ୟରେ ପ୍ଲାଗ ମିଟିଙ୍ଗ୍- ଏପ୍ରିଲ ୧୦ରେ ଭାରତ -ପାକିସ୍ତାନ ସେନାଙ୍କ ମଧ୍ୟରେ ବ୍ରିଗେଡ଼ କମାଣ୍ଡର ସ୍ତରୀୟ ବୈଠକ ହୋଇଥିଲା । ଜାମ୍ମୁକାଶ୍ମୀର ପୁଞ୍ଚ ଜିଲ୍ଲା ଏଲଓସିକୁ ନେଇ ମିଟିଙ୍ଗ୍ ହୋଇଥିଲା । ସୀମାରେ ଶାନ୍ତି ବଜାୟ ରଖିବା ଦିଗରେ ଆଲୋଚନା ହୋଇଥିଲା । ଚଳିତ ମାସରେ ଦୁଇ ପକ୍ଷ ମଧ୍ୟରେ ଏହା ତୃତୀୟ ବୈଠକ । ଗତ ପେବୃଆରୀ ୧୩ରେ ପାକିସ୍ତାନୀ ସେନା ଜାମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ନିୟମ ଉଲ୍ଲଘଂନ କରିଥିଲା । ଗୁଳିମାଡ଼ କରିଥିଲା ଯାହାର ଯବାବ୍ ଦେଇଥିଲେ ଭାରତୀୟ ସେନା ।