ମୁମ୍ବାଇ,୧୨/୦୪: ଆଲମୁନିୟମ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ମହାରାଷ୍ଟ୍ର ନାଗପୁର ଉମରେଡ଼ରେ ଏକ ଆଲୁମିନିୟମ ଫଏଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ନିଖୋଜ ଥିଲା ଅନ୍ୟ ୩ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣର କାରଣ ଜଣାପଡ଼ିନାହିଁ ।
ନାଗପୁରୁ ଉମରେର ଏମଏମପି ଅଲମୁନିୟମ ଫଏଲ ଏବଂ ପାଉଡର ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା । ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଥିଲା । ନାଗପୁର ପୋଲିସ ସୁପରିନଣ୍ଟେଣ୍ଡେଣ୍ଟ ହର୍ଷ ପୋଦ୍ଦାର କହିଛନ୍ତି, ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି । ନିଖୋଜ ଥିବା ଅନ୍ୟ ୩ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
#WATCH | Nagpur | Visuals from outside MMP factory where 5 people died in fire incident
— ANI (@ANI) April 12, 2025
Five people died in an explosion at an Aluminium Foil Factory in Umrer, two people died in the hospital during treatment, while the death of 3 missing persons has been confirmed: Harsh… https://t.co/pD1OxDynLS pic.twitter.com/EMsImnmhyW
ନାଗପୁର ଗ୍ରାମାଞ୍ଚଳ ଏସପି ହର୍ଷ ପୋଦ୍ଦାର ଆହୁରି କହିଛନ୍ତି, ଫ୍ୟାକ୍ଟ୍ରିର ପଲିସ ଟ୍ୟୁବିଙ୍ଗ ୟୁନିଟରେ ବ୍ଲାଷ୍ଟ ହୋଇଥିଲା ଜଣାପଡ଼ିଛି । ଏହାପରେ ନିଆଁ ଲାଗିଥିଲା । ଆଲୁମିନିୟମ ପାଉଡ଼ର ଥିବା କାରଣରୁ ନିଆଁ ଦ୍ରୁତ ଗତିରେ ମାଡ଼ି ଯାଇଥିଲା । ନିଆଁ ଲିଭାଇବା ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ଘଣ୍ଟା ଧରି ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା । ଏହାପରେ ନିଆଁକୁ ଆୟତ କରାଯାଇଥିଲା । ବିସ୍ଫୋରଣରେ ଫ୍ୟାକ୍ଟ୍ରିରେ ପ୍ରାୟ ୮୭ଜଣ ଲୋକ ଥିଲେ ।