ନୂଆଦିଲ୍ଲୀ,୧୨।୪: ମଣିପୁରରେ ବିଜେପି ବିଧାୟକ ଶନିବାର ଦାବି କରିଛନ୍ତି ଯେ, ରାଜ୍ୟରେ ଆଇନ ବ୍ୟବସ୍ଥାରେ ଖୁବ୍ ସୁଧାର ହୋଇଛି। ଶୀଘ୍ର ନୂଆ ସରକାର ତିଆରି ହେବ। ବିଜେପି ବିଧାୟକ ଟି.ରୋବିନ୍ଦ୍ରୋ କହିଛନ୍ତି, ମେତେଇ ଓ କୁକି ନାଗରିକଙ୍କ ଭିତରେ ଶାନ୍ତି ବାର୍ତ୍ତା ମଧ୍ୟ ଆରମ୍ଭ ହେବ। ଆଇନ ବ୍ୟବସ୍ଥାରେ ଖୁବ୍ ସୁଧାର ହୋଇଛି। ଆମକୁ ପୁରା ବିଶ୍ବାସ ଯେ, କେନ୍ଦ୍ର ଖୁବ୍ ଶୀଘ୍ର ନୂଆ ସରକାର ଗଠନ କରିବ। ମେତେଇ ଓ କୁକି ଭିତରେ ଶାନ୍ତି ବାର୍ତ୍ତା ଆରମ୍ଭ ହୋଇଯାଇଛି। ନିକଟ ଭବିଷ୍ୟତରେ ମେତେଇ ଓ କୁକି ବିଧାୟକଙ୍କ ଭିତରେ ଆଲୋଚନା ହେବ। ମୋତେ ବିଶ୍ବାସ ରହିଛି ଖୁବ୍ ଶୀଘ୍ର ନୂଆ ସରକାର ଗଠନ ହେବ।
ଥଙ୍ଗା ନିର୍ବାଚନ କ୍ଷେତ୍ରରେ ବିଧାୟକ ଟି.ରୋବିନ୍ଦ୍ରୋ କହିଛନ୍ତି, ଆମର (ବିଜେପି ବିଧାୟକ)ଙ୍କ ଭିତରେ ନେତା ଚୟନ କରିବାରେ କୌଣସି ଅସମର୍ଥତା କିମ୍ବା ମତଭେଦ ନାହିଁ। ଆମେ ସବୁ ଏକଜୁଟ ହୋଇ ଅଛୁ। ଆମେ ମଣିପୁରର ବିଭାଜନ ହେବାକୁ ଦେବୁନି ଓ ସବୁ ରାଜ୍ୟ ପାଇଁ ଏକଜୁଟ ରହିବୁ।’
ଉଲ୍ଲେଖନୀୟ ଯେ, ୨୦୨୩ ରେ ଇମ୍ଫାଲ ଘାଟିରେ ଥିବା ମେତେଇ ଓ ପଡୋଶୀ ପାହାଡି ଆଧାରିତ କୁକି ସମ୍ପ୍ରଦାୟ ମଧ୍ୟରେ ଜାତୀୟ ହିଂସା ପରେ ୨୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଛି। ମେତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିର ପାହ୍ୟା ଦିଆଯିବାର ଦାବି ଉପରେ ମଣିପୁର ହାଇକୋର୍ଟଙ୍କ ନିର୍ଦେଶ ବିରୋଧରେ ପାହାଡି ଜିଲ୍ଲାରେ ଆୟୋଜିତ ‘ଆଦିବାସୀ ଏକଜୁଟ ମୋର୍ଚ୍ଚା’ ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏହି ବିବାଦର ପ୍ରାୟ ୧ ବର୍ଷ ପରେ ମଣିପୁରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ୯ ଫେବୃଆରୀ ୨୦୨୫ ରେ ଇସ୍ତଫା ଦେବା ପରେ ୧୩ ଫେବୃଆରୀ ୨୦୨୫ରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ। ମଣିପୁର ରାଜ୍ୟ ବିଧାନସଭା, ଯାହାର କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ରହିଛି, ତାକୁ ନିଲମ୍ବିତ କରିଦେଇଥିଲେ।