ପ୍ରମୂଖ ଖବର
  • ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର, ଚାଳକଙ୍କ ସହ ୪ ଗୁରୁତର
  • ||
  • ମୋହନା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ
  • ||
  • ବିଜାପୁର ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୩ ହାର୍ଡକୋର ମାଓବାଦୀ
  • ||
  • IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା
  • ||
  • ଚିତ୍ରକୋଣ୍ଡା : ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା
  • ||
  • କୋରାପୁଟ : ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର
  • ||
  • କେନ୍ଦୁଝର : ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ
  • ||
  • ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର,ବେଲପାହାଡ- ଝାରସୁଗୁଡ଼ା ରାସ୍ତାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ||
  • ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ରାଜ୍ୟରେ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||

Delhi Airport : ପ୍ରବଳ ଭିଡ଼ କାରଣରୁ ୩୫୦ରୁ ଅଧିକ ଉଡ଼ାଣ ବିଳମ୍ୱିତ

Published By : Prameya | April 12, 2025 6:16 PM

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର( ଆଇଜିଆଇଏ)ରେ ଶନିବାର, ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ୩୫୦ରୁ ଅଧିକ ଉଡ଼ାଣରେ ବିଳମ୍ୱ ହୋଇଛି, କାରଣ ବିମାନ ଯାତାୟତରେ ପ୍ରବଳ ଭିଡ଼ ଯୋଗୁଁ ପରିଚାଳନାରେ ବ୍ୟାଘାତ ଘଟିଛି। ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ପିଟିଆଇ)ର ରିପୋର୍ଟ ଅନୁସାରେ ଏହା ଜଣାପଡ଼ିଛି। 

ବିଳମ୍ୱିତ କାରଣରୁ ଯାତ୍ରୀମାନେ ସୋସିଆଲ ମିଡ଼ିଆରେ ଲାଗିଥିବା ଲମ୍ୱା ଲାଇନ୍‌ ଓ ଭିଡ଼ ଥିବା ଟର୍ମିନାଲ ଗୁଡ଼ିକର ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି। ପିଟିଆଇ ଅନୁସାରେ, ପ୍ରତିକୂଳ ପାଗର ସ୍ଥିତି କାରଣରୁ ଶୁକ୍ରବାର ସନ୍ଧ୍ୟାରେ ଏହି ସମସ୍ୟା ଆରମ୍ଭ ହୋଇଛି ଏବଂ ଶନିବାର ସିଡ୍ୟୁଲ୍‌ ଉପରେ ଏହାର ପ୍ରଭାବ ପଡ଼ିଛି। ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍‌ (ଡିଆଇଏଏଲ) ଏକ୍ସରେ ଦ୍ୱିପ୍ରହର ୨.୦୭ସମୟରେ ଏକ ପୋଷ୍ଟରେ କହିଛି- ଦିଲ୍ଲୀ ବିମାନ ବନ୍ଦରରେ ଉଡ଼ାଣ ପରିଚାଳନାରେ ସୁଧାର ହେଉଛି, ହେଲେ କାଲି ରାତିରେ ପାଗର ସ୍ଥିତି କାରଣରୁ କିଛି ଉଡ଼ାଣ ଏବେ ବି ପ୍ରଭାବିତ ରହିଛି।

ଫ୍ଲାଇଟ୍‌ ଟ୍ରାକିଂ ୱେବସାଇଟ୍‌ Flightradar24.com ଦେଖାଇଛି ଯେ, ୩୫୦ରୁ ଅଧିକ ଉଡ଼ାଣ ବିଳମ୍ୱରେ ଚାଲୁଛି, ଯେଉଁଥିରେ ହାରାହାରି ୪୦ ମିନିଟ୍‌ରୁ ଅଧିକ ବିଳମ୍ୱରେ ଉଡ଼ାଣ ଭରୁଛି। 

ଭାରତର ସବୁଠୁ ବଡ଼ ଏୟାରଲାଇନ୍‌ ଇଣ୍ଡିଆ ମଧ୍ୟ ଏହି ପ୍ରଭାବର ସ୍ପଷ୍ଟ କରିଛି। ଏୟାରଲାଇନ୍ ଏକ୍ସରେ ୧.୩୨ଟା ସମୟରେ କହିଛି , ଦିଲ୍ଲୀରେ ଚାଲିଥିବା ଏୟାର ଟ୍ରାଫିକ୍‌ ଜାମ୍‌ କାରଣରୁ ଉଡ଼ାଣକୁ ଟେକ୍‌ଅଫ୍‌ ଓ ଲ୍ୟାଣ୍ଡିଂ କ୍ଲିୟରାନ୍ସ ପାଇଁ ରୋକା ଯାଉଛି। ପରିଣାମ ସ୍ୱରୂପ ପୂରା ନେଟୱର୍କରେ କିଛି ଉଡ଼ାଣ ମଧ୍ୟ ପ୍ରଭାବିତ ହୋଇଛି। ପିଟିଆଇ କହିଛି, ବର୍ତ୍ତମାନ ସମୟରେ ଆଇଜିଆଇଏରେ କେବଳ ୩ଟି ରନୱେ ଚାଲୁ ରହିଛି , କାରଣ ଏକ ରନୱେ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ଅଛି। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.