ପ୍ରମୂଖ ଖବର
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ନୂଆ ଓ୍ବାକଫ୍ ଆଇନକୁ ନେଇ ପଶ୍ଚିମବଙ୍ଗରେ ହିଂସା:୧୧୦ ଗିରଫ, ଅନେକ ଜିଲ୍ଲାରେ ଚଢାଉ ଜାରି

Published By : prameya | April 12, 2025 4:15 PM

କୋଲକାତା,୧୨।୪: ପଶ୍ଚିମବଙ୍ଗର ମୁସଲମାନ ବହୁଳ ମୁର୍ସିଦାବାଦ ଜିଲ୍ଲାରେ ଓ୍ବାକଫ୍(ସଂଶୋଧନ) ଆଇନ୍‌ ବିରୋଧରେ ଜାରି ରହିଛି ହିଂସା। ବର୍ତ୍ତମାନ ସୁଦ୍ଧା ୧୧୦ରୁ ଅଧିକ ଗିରଫ ହୋଇସାରିଲେଣି। ପୋଲିସର କହିବା ଅନୁସାରେ, ଏହି ହିଂସା ଶୁକ୍ରବାର ସେତେବେଳେ ହୋଇଥିଲା ଯେତେବେଳେ ପ୍ରଦର୍ଶନକାରୀ ବିଭିନ୍ନ ସ୍ଥାନରେ ରାସ୍ତା ଜାମ କରିଥିଲେ। ପୋଲିସ ଉପରକୁ ଟେକା ପଥର ମାଡ଼ କରିବା ସହ ବାହନରେ ନିଆଁ ଲଗାଇ ଦେଇଥିଲେ। ହିଂସା କେବଳ ମୁର୍ସିଦାବାଦ ପର୍ଯ୍ୟନ୍ତ ସୀମିତ ନାହିଁ, ବଂର ମାଲଦା, ସାଉଥ୍ ୨୪ ପ୍ରଗଣା ଓ ହୁଗୁଳି ଜିଲ୍ଲା ପର୍ଯ୍ୟନ୍ତ ବ୍ୟାପି ଯାଇଛି। ପୋଲିସର କହିବା ଅନୁସାରେ, ମୁର୍ସିଦାବାଦଠାରୁ ପ୍ରାୟ ୭୦ ଓ ଶମଶେରଗଞ୍ଜଠାରୁ ୪୧ ଲୋକଙ୍କୁ ଗିରଫ କରାଯାଇଛି। 

ଶୁକ୍ରବାର ଓ୍ବାକଫ୍ ଅଧିନିୟମ ବିରୋଧରେ ଆୟୋଜିତ ପ୍ରଦର୍ଶନ ସେତେବେଳେ ଉଗ୍ର ହୋଇଯାଇଥିଲା ଯେତେବେଳେ ଧାରା ୧୪୪ ଅନୁସାରେ, ନିଷେଧାଜ୍ଞା ଲାଗୁ ହେବାପରେ ବହୁ ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ମୁର୍ସିଦାବାଦ ଜିଲ୍ଲାର ସୁତି ଅଞ୍ଚଳରେ ପ୍ରଦର୍ଶନକାରୀମାନେ ପୋଲିସ ଭ୍ୟାନ୍ ଓ ସାର୍ବଜନୀନ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହା ସହ ସୁରକ୍ଷାକର୍ମୀଙ୍କ ଉପରେ ଟେକା ପଥର ମାଡ଼ କରିଥିଲେ ଓ ସଡକ ତଥା ରେଳ ଯାତାୟତ ବନ୍ଦ କରି ଦେଇଥିଲେ।

ପ୍ରଦର୍ଶନକାରୀଙ୍କ କହିବା ଅନୁସାରେ, ଓ୍ବାକଫ୍ ସଂଶୋଧନ ଆଇନ ମୁସଲମାନ ସମ୍ପ୍ରଦାୟର ଧାର୍ମିକ ଓ ସାମାଜିକ ସମ୍ପତ୍ତିକୁ ପ୍ରଭାବିତ କରିଥାଏ। ତେବେ ସରକାରଙ୍କ କହିବା ଅନୁସାରେ, ସଂଶୋଧନ ପାରଦର୍ଶିତା ଓ ଜବାବଦେହୀ ବଢିବା ପାଇଁ ଅଣାଯାଇଛି। ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଔପଚାରିକ ବୟାନ ଆସିନାହିଁ, କିନ୍ତୁ ଅଧିକାରୀମାନେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ଓ କହିଛନ୍ତି, ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.