ପ୍ରମୂଖ ଖବର
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ମୁର୍ଶିଦାବାଦରେ ୱାକଫ୍ ବିରୋଧୀ ହିଂସା ; ୧୫୦ ଗିରଫ, ଇଣ୍ଟରନେଟ୍ ସେବା ଠପ୍

Published By : prameya | April 13, 2025 9:04 AM

ନୂଆଦିଲ୍ଲୀ,୧୩/୦୪: ନୂଆ ୱାକଫ୍ ଆଇନ୍‌କୁ ବିରୋଧ କରି ପଶ୍ଚିମବଙ୍ଗ ମୁର୍ସିଦାବାଦରେ ପ୍ରବଳ ହିଂସା ଦେଖିବାକୁ ମିଳୁଛି । ଇଣ୍ଟରନେଟ ସେବା ବନ୍ଦ ହୋଇଛି । ଘଟଣାରେ ୧୫୦ ଗିରଫ ହୋଇଛନ୍ତି । ସେପଟେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରି ଜରୁରୀ ବୈଠକ ଡ଼ାକିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଅନ୍ୟପଟେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଏସଏଫକୁ ମୁତୟନ କରାଯାଇଛି। ଦକ୍ଷିଣ ବଙ୍ଗ ଫ୍ରଣ୍ଟିୟର୍ ବିଏସଏଫ ଆଇଜି କର୍ଣ୍ଣି ସିଂହ ଶେଖାୱତ ନିଜେ ମୁର୍ଶିଦାବାଦରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି । ପଶ୍ଚିମବଙ୍ଗ ଡିଜିପିଙ୍କ ସହ ମଧ୍ୟ ଏକ ବୈଠକ କରିଛନ୍ତି । ଏନେଇ ବିଏସଏଫ ଆଇଜି କର୍ଣ୍ଣି ସିଂହ ଶେଖାୱତ କହିଛନ୍ତି ଯେ,କୋଲକାତା ହାଇକୋର୍ଟ ହିଂସା ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ମୁଁ ନିଜେ ପରିସ୍ଥିତିର ସମୀକ୍ଷା କରିବାକୁ ଆସିଛି। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ଅଛି, କିନ୍ତୁ ବିଏସଏଫ ଦାୟିତ୍ୱ ନେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ, ଆମକୁ ପୋଲିସ ସହିତ ମିଶି କାମ କରିବାକୁ ପଡିବ। ବେଙ୍ଗଲ ପୋଲିସକୁ ସାହାଯ୍ୟ କରିବା ପାଇଁ ୫ଟି କମ୍ପାନୀ ପଠାଯାଇଛି।

ଆମେ ବେଙ୍ଗଲ ପୋଲିସକୁ ସାହାଯ୍ୟ କରିବାକୁ ଆସିଛୁ। ଆମେ ରାଜ୍ୟ ପୋଲିସର ଚାହିଦା ଅନୁଯାୟୀ କାମ କରିବୁ। ଆଶା କରୁଛି ଏଠାରେ ଖୁବ୍‌ଶୀଘ୍ର ଶାନ୍ତି ଫେରି ଆସିବ।  ପ୍ରତ୍ୟେକ ପରିସ୍ଥିତି ପାଇଁ ବିଏସଏଫ ପ୍ରସ୍ତୁତ। ପରିସ୍ଥିତିକୁ ଆହୁରି ଖରାପ ହେବାକୁ ଦିଆଯିବ ନାହିଁ। ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ୱାକଫ  ଆଇନ ଲାଗୁ କରିବାକୁ ମନା କରିଦେଇଛନ୍ତି। ସେ ତାଙ୍କ ଏକ୍ସରେ ଏକ ପୋଷ୍ଟ ଲେଖି ସ୍ପଷ୍ଟ କରିଛନ୍ତି ଯେ,ସେ ୱାକଫ ଆଇନକୁ ସମର୍ଥନ କରନ୍ତି ନାହିଁ। ତେଣୁ ସେ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ କରିବେ ନାହିଁ। କିଛି ଲୋକ ରାଜନୈତିକ ଫାଇଦା ପାଇବା ପାଇଁ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ଯଦି ସେମାନେ ଏପରି ନ କରନ୍ତି ତେବେ ସେମାନଙ୍କ ପାଇଁ ଭଲ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.