ହାଇଦ୍ରାବାଦ,୧୩।୪: ଆନ୍ଧ୍ରପ୍ରଦେଶର ଆନାକାପାଲି ଜିଲ୍ଲାରେ ରବିବାର ଏକ ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ମଧ୍ୟରେ ଦୁଇ ମହିଳା ମଧ୍ୟ ଅଛନ୍ତି। ଏହାଛଡା ଆଉ ସାତ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ରାଜ୍ୟ ଗୃହମନ୍ତ୍ରୀ ଭି. ଅନିଥା କହିଛନ୍ତି ଯେ ଅଗ୍ନିକାଣ୍ଡରେ ଦୁଇ ମହିଳାଙ୍କ ସମେତ ମୋଟ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନାଇଡୁ ଭି. ଅନିଥା ଏବଂ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆନ୍ଧ୍ର ପ୍ରଦେଶର CMO ଦ୍ୱାରା ଏକ ବିବୃତ୍ତିରେ ଜାରି କରାଯାଇଛି। ଏଥିରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଆନାକାପାଲି ଜିଲ୍ଲାରେ ଏକ ବାଣ ତିଆରି ୟୁନିଟରେ ବିସ୍ଫୋରଣରେ ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ, ପୋଲିସ ଅଧୀକ୍ଷକ ଏବଂ ରାଜ୍ୟ ଗୃହମନ୍ତ୍ରୀ ଅନିଥାଙ୍କ ସହ ଫୋନ୍ ଯୋଗେ କଥା ହୋଇ ଘଟଣା ବିଷୟରେ ସୂଚନା ପାଇଥିଲେ। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ସରକାର ପୀଡିତ ପରିବାରକୁ ସାହାଯ୍ୟ କରିବେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତାଙ୍କୁ ଏକ ରିପୋର୍ଟ ପ୍ରଦାନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତ ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।