ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ଜାଣନ୍ତୁ ରାମପାଲ କଶ୍ୟପ କିଏ ? ଯାହାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପିନ୍ଧାଇ ଦେଲେ ଯୋତା,୧୪ ବର୍ଷ ତଳେ ନେଇଥିଲେ ଏଭଳି ଏକ ପ୍ରତିଜ୍ଞା

Published By : Prameya | April 14, 2025 7:49 PM

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆମ୍ବେଦକର ଜୟନ୍ତୀ ଅବସରରେ ହରିୟାଣାର ଯମୁନାନଗରରେ ପହଞ୍ଚିଥିଲେ। ଏଠାରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ଏବଂ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଜଣେ ବ୍ୟକ୍ତିଙ୍କୁ ଭେଟି ତାଙ୍କୁ ଜୋତା ପିନ୍ଧାଇଲେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ଆଜି ମୋତେ ହରିୟାଣାର ଯମୁନାନଗରର କୈଥଲର ରାମପାଲ କଶ୍ୟପଙ୍କୁ ଭେଟିବାର ସୌଭାଗ୍ୟ ମିଳିଲା।' ସେ ୧୪ ବର୍ଷ ପୂର୍ବେ ପ୍ରତିଜ୍ଞା କରିଥିଲେ ଯେ 'ମୋଦୀ ପ୍ରଧାନମନ୍ତ୍ରୀ ନହେବା ପର୍ଯ୍ୟନ୍ତ କିମ୍ବା ତାଙ୍କ ସହିତ ସାକ୍ଷାତ ନହେବା ପର୍ଯ୍ୟନ୍ତ ମୁଁ ଜୋତା ପିନ୍ଧିବି ନାହିଁ।' ଆଜି ମୁଁ ତାଙ୍କୁ ଜୋତା ପିନ୍ଧିବାରେ ସାହାଯ୍ୟ କରିବାର ସୁଯୋଗ ପାଇଲି। ମୁଁ ଏପରି ସମସ୍ତ ବନ୍ଧୁଙ୍କ ଭାବନାକୁ ସମ୍ମାନ ଦିଏ, କିନ୍ତୁ ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ଏପରି ପ୍ରତିଜ୍ଞା ନେବା ପରିବର୍ତ୍ତେ, ସେମାନେ କିଛି ସାମାଜିକ କିମ୍ବା ଦେଶହିତରେ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରନ୍ତୁ।

ପ୍ରଧାନମନ୍ତ୍ରୀ ପୋଷ୍ଟ ସହିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ  ଦେଖିବାକୁ ମିଳୁଛି   ଯେତେବେଳେ ରାମପାଲ କଶ୍ୟପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚନ୍ତି, ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରନ୍ତି, 'ଆରେ ଭାଇ, ତୁମେ ଏପରି କାହିଁକି କଲ?' ଏହା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ସଂକଳ୍ପ ବିଷୟରେ କୁହନ୍ତି।

ଏହାପରେ ତାଙ୍କୁ  ପ୍ରଧାନମନ୍ତ୍ରୀ ମୋଦି ଜୋତା ପିନ୍ଧାଇବା ସମୟରେ, କୁହନ୍ତି, 'ଆଜି ମୁଁ ଆପଣଙ୍କୁ  ଜୋତା ପିନ୍ଧାଉଛି।' କିନ୍ତୁ ପରେ ଆଉ କେବେ ଏଭଳି କରିବେନି... କାମ କରିବା ଉଚିତ।' ପ୍ରଧାନମନ୍ତ୍ରୀ ରାମପାଲ କଶ୍ୟପଙ୍କ ସମ୍ମୁଖରେ ତାଙ୍କ ଜୋତା ରଖନ୍ତି ଏବଂ ତାଙ୍କୁ ପିନ୍ଧିବାରେ ସାହାଯ୍ୟ କରନ୍ତି। ତା'ପରେ ତାଙ୍କ ପିଠି ଥାପୁଡ଼ାଇ ଶୁଭକାମନା ଜଣାଇଥାନ୍ତି। ରାମପାଲ ହାତ ଯୋଡି ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ତେବେ ଆସନ୍ତୁ ଜାଣିବା ରାମପାଲ କଶ୍ୟପ କିଏ? ଉଲ୍ଲେଖନୀୟ  ଯେ, ରାମପାଲ କଶ୍ୟପ ହରିୟାଣାର କୈଥଲ ଜିଲ୍ଲାର ବାସିନ୍ଦା। ୧୪ ବର୍ଷ ପୂର୍ବେ ସେ ପ୍ରତିଜ୍ଞା କରିଥିଲେ ଯେ ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ନ ହୁଅନ୍ତି ଏବଂ ଯେପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ନାହାନ୍ତି, ସେପର୍ଯ୍ୟନ୍ତ ସେ ଜୋତା ପିନ୍ଧିବେ ନାହିଁ ଏବଂ ଖାଲି ପାଦରେ ରହିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.