ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ୱାକଫ୍ ବିରୋଧି ସଂଘର୍ଷ ପରେ ମୁର୍ଶିଦାବାଦ ଏବେ ଶାନ୍ତ; ପରସ୍ପର ଉପରକୁ କାଦୁଅ ଫୋପାଡୁଛନ୍ତି ତୃଣମୁଳ ଓ ବିଜେପି

Published By : Bijay Swain | April 14, 2025 7:07 PM

image courtesy: indiatoday

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସା ଘଟିବା ପରେ ସୋମବାର ଉକ୍ତ ଅଞ୍ଚଳରେ ଶାନ୍ତି ପରିଲକ୍ଷିତ ହୋଇଛି। ରାସ୍ତାଘାଟ ଶୂନଶାନ ରହିଥିବା ବେଳେ ସୀମାନ୍ତ ସୁରକ୍ଷା ବାହିନୀ(ବିଏସଏଫ) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ) ଭଳି ଅର୍ଦ୍ଧସାମରିକ ବାହିନୀର ବ୍ୟାପକ ମୁତୟନ ସ୍ଥାନୀୟ ଲୋକଙ୍କୁ ଆଶ୍ଵାସନା ଦେଇଛି। ଦୁଇ ଦିନର ହିଂସାତ୍ମକ ବିକ୍ଷୋଭ ପରେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ପଡିଛି। ତେବେ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଆଇନକୁ ବିରୋଧ କରି ଏହି ହିଂସାର ଆରମ୍ଭ ହୋଇଥିଲା। 

ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଜୁମା ନମାଜ ପରେ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଆଇନ ବିରୋଧରେ ହେଉଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ଏହି ହିଂସାରେ ସ୍ଥାନିୟ ଅଞ୍ଚଳରେ ବ୍ୟପକ ଭାବେ ଲୁଟ୍‌ପାଟ୍‌, ଅଗ୍ନିସଂଯୋଗ ଏବଂ ଭଙ୍ଗାରୁଜା ଆଦି ହୋଇଥିଲା। ଯେଉଁଥିରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ପିତା ଓ ତାଙ୍କ ପୁଅ ମଧ୍ୟ ରହିଛନ୍ତି। ଶନିବାର ମଧ୍ୟ ନୂଆ ଉକ୍ତ ଅଞ୍ଚଳରେ ହିଂସା ଦେଖାଦେଇଥିଲା। ରବିବାର କିଛି ଲୋକ ନୌକା ଯୋଗେ ମୁର୍ଶିଦାବାଦ ଛାଡ଼ି ପାଖ ଜିଲ୍ଲା ମାଲଦାକୁ ଯାଉଥିବା ଭିଡିଓ ସାମ୍ନାକୁ ଆସିଛି। ଗୁଜବ ରୋକିବା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ମଙ୍ଗଳବାର ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିଛି। 

କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହିଂସା ପ୍ରଭାବିତ ଅଞ୍ଚଳରେ ୯ କମ୍ପାନୀ ବିଏସଏଫ ଏବଂ ୮ କମ୍ପାନୀ ସିଆରପିଏଫ ମୁତୟନ କରାଯାଇଛି। ମମତା ବାନାର୍ଜୀଙ୍କ ଟିଏମସି ସରକାର ଏହି ହିଂସାର ତଦନ୍ତ ପାଇଁ ୨୩ ଜଣିଆ ଏକ ସ୍ଵତନ୍ତ୍ର ପୋଲିସ ଦଳ ଗଠନ କରିଛନ୍ତି। ଯେଉଁଥିରେ ଡିଏସପି ଏବଂ ଇନ୍ସପେକ୍ଟର ସ୍ତରିୟ ଅଧିକାରୀ ରହିଛନ୍ତି। ପୋଲିସ ସୂତ୍ର ଅନୁଯାୟୀ, ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ) ଏହି ହିଂସାକୁ ଉସକାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜଣାପଡ଼ିଛି। ଏସଡିପିଆଇର ମୂଳ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୨୦୨୨ରେ ଭାରତ ସରକାରଙ୍କ ଦ୍ଵାରା ଭାରତରେ ନିଷିଦ୍ଧ କରାଯାଇଥିଲା। 

ରାଜନୈତିକ ଦଳମାନେ ଏହି ହିଂସା ପାଇଁ ପରସ୍ପରକୁ ଦାୟୀ କରୁଛନ୍ତି। ତୃଣମୂଳ ନେତା କୁନାଲ ଘୋଷ ଦାବି କରିଛନ୍ତି ଯେ, ମମତା ସରକାରଙ୍କୁ ଏକ "ବୃହତ୍ ଷଡ଼ଯନ୍ତ୍ର"ର ସୂଚନା ମିଳିଛି, ଯେଉଁଥିରେ କେନ୍ଦ୍ରୀୟ ଏଜେନ୍ସି, ବିଏସଏଫର କିଛି ଅଂଶ ଏବଂ ଦୁଇ-ତିନୋଟି ରାଜନୈତିକ ଦଳ ଜଡ଼ିତ ରହିଛନ୍ତି। ଅନ୍ୟପକ୍ଷରେ, ବିଜେପି ନେତା ସୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ, ମୁର୍ଶିଦାବାଦର ଧୁଲିଆନରୁ ପ୍ରାୟ ୪୦୦ ହିନ୍ଦୁ ବିସ୍ଥାପିତ ହୋଇଛନ୍ତି। ବିଜେପି ମମତା ବାନାର୍ଜୀଙ୍କ "ତୁଷ୍ଟିକରଣ ରାଜନୀତି"ହିଁ ଏହି ହିଂସା ପାଇଁ ଦାୟୀ। 

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉକ୍ତ ଅଞ୍ଚଳ ଗସ୍ତ କରିବା ସହ ଶାନ୍ତି ରକ୍ଷା ପାଇଁ ଲୋକମାନଙ୍କୁ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି ଯେ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଆଇନ ରାଜ୍ୟରେ ଲାଗୁ ହେବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଆଇନ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଛି, ତେଣୁ ଏ ସମ୍ପର୍କରେ କେନ୍ଦ୍ରକୁ ପ୍ରଶ୍ନ କରାଯାଉ। 

ଏହି ହିଂସା ମୁର୍ଶିଦାବାଦର ପରିସ୍ଥିତି ଓ ସଂଲଗ୍ନ ବାଂଲାଦେଶ ସୀମାକୁ ନେଇ ଚିନ୍ତା ବଢ଼ାଇଛି। ଏହି ଘଟଣାର ତଦନ୍ତ ଜାରି ରହିଛି ଓ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ପୋଲିସ ସୂଚନା ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.