ପ୍ରମୂଖ ଖବର
  • ବିଜେଡି ସଭାପତି ପଦ ପାଇଁ ଗୁରୁବାର ନାମାଙ୍କନ ଭରିବେ ନବୀନ, ୧୯ରେ ଘୋଷଣା
  • ||
  • ବଲାଙ୍ଗୀର : ଜଙ୍ଗଲରୁ ୨ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଗଜପତି : ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ
  • ||
  • ଢେଙ୍କାନାଳ : କଷ୍ଟ ସହି ନପାରି ରେଲ୍‌ ୱେ ଟ୍ରାକ୍‌ରେ ଜୀବନ ହାରିଲେ ପୂଜକ, ଉଦ୍ଧାର ହେଲା ମୃତଦେହ
  • ||
  • ଢେଙ୍କାନାଳ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୯ଟି ସ୍ଥାନରେ ଚଢାଉ
  • ||
  • ବରଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଜଣେ ଗୁରୁତର
  • ||
  • ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ଭୁବନେଶ୍ୱର : ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍, ୨ ଆହତ
  • ||

Lucknow hospital: ଲକ୍ଷ୍ନୋର ଲୋକବନ୍ଧୁ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ; ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ତାନାନ୍ତର କଲେ ଉଦ୍ଧାରକାରୀ ଦଳ

Published By : Bijay Swain | April 15, 2025 12:15 AM

Image courtesy: indiatoday

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୋର ଲୋକବନ୍ଧୁ ହସ୍ପିଟାଲରେ ସୋମବାର ରାତି ପ୍ରାୟ ୧୦ ଟା ସମୟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ହସ୍ପିଟାଲର ଦ୍ୱିତୀୟ ମହଲାରେ ଆରମ୍ଭ ହୋଇଥିଲା। ଯାହା ଫଳରେ ସମଗ୍ର ହସ୍ପିଟାଲ ଘନ ଧୂଆଁରେ ଆଚ୍ଛାଦିତ ହୋଇପଡ଼ିଥିଲା। ଏହି ଘଟଣା ଯୋଗୁଁ ରୋଗୀ ଓ ଡାକ୍ତରଖାନା କର୍ମଚାରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ସୂଚନା ମୁତାବକ, ଅଗ୍ନିକାଣ୍ଡ ସୂଚନା ପାଇ ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମୀମାନେ ନିଆଁକୁ ନିୟନ୍ତ୍ରଣକୁ ଆଣିବା ସହ ହସ୍ପିଟାଲରେ ଥିବା ଧୂଆଁକୁ ହଟାଇବାରେ ଲାଗିଥିଲେ। ଏହାସହ, ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇତିଲେ। ଯେଉଁମାନଙ୍କ ମଧ୍ୟରେ ଡେପୁଟି କମିଶନର ଅଫ ପୋଲିସ (ଡିସିପି) ମଧ୍ୟ ସାମିଲ ଥିଲେ। ଉଦ୍ଧାରକାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ।

ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ କହିବା ମୁତାବକ, ଏହି ଦୁର୍ଘଟଣାରେ ପ୍ରାୟ ୨୦୦ ରୋଗୀଙ୍କୁ ସୁରକ୍ଷିତ ଭାବେ ନିକଟବର୍ତୀ ହସ୍ପିଟାଲଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ସୌଭାଗ୍ୟବଶତଃ, ଏପର୍ଯ୍ୟନ୍ତ ଯାଏ କୌଣସି ମୃତ୍ୟୁ କିମ୍ବା ଆହତ ହେବାର ଖବର ମିଳିନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ଗୁରୁତ୍ୱ ଦେଖି ଅଧିକାରୀମାନଙ୍କ ସହ ଆଲୋଚନା କରି ଉଚିତ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ମାଜିଷ୍ଟ୍ରେଟ ବିଶାଖ ଜି. ଆୟାରଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡ ବିଷୟରେ ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବିଭାଗର ଏକ ଦଳ ଘଟଣାସ୍ଥଳକୁ ପଠାଯାଇଥିଲା। ଆଇସିୟୁ, ମହିଳା ୱାର୍ଡ ଏବଂ ଅନ୍ୟ ଏକ ୱାର୍ଡରେ ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ଅବିଳମ୍ବେ ଆରମ୍ଭ ହୋଇଥିଲା ଏବଂ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହସ୍ପିଟାଲ ପ୍ରଶାସନ କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଏ ବିଷୟରେ କୌଣସି ଆଧିକାରିକ ବୟାନ ଜାରି କରିନାହାନ୍ତି। ଖବର ଲେଖାହେବା ଯାଏ ନିଆଁକୁ ପୂରାପୂରି ନିୟନ୍ତ୍ରଣକୁ ଆଣିବା ଓ ହସ୍ପିଟାଲରେ ଥିବା ଧୂଆଁକୁ ହଟାଇବା ପାଇଁ ଉଦ୍ୟମ ଜାରି ରହିଛି। ଅଗ୍ନିଶମ ବିଭାଗ କ୍ଷୟକ୍ଷତିର ମୂଲ୍ୟାଙ୍କନ ମଧ୍ୟ ଚାଲିଛି।

ଏହି ଘଟଣା ପୂର୍ବରୁ ଲକ୍ଷ୍ନୋର ଅନେକ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଥିବା ନେଇ ଚିନ୍ତା ପ୍ରକାଶ ପାଇଥିଲା। ଗତ ନଭେମ୍ବର ୨୦୨୪ରେ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଲକ୍ଷ୍ନୋର ୯୦୬ଟି ହସ୍ପିଟାଲ ମଧ୍ୟରୁ ମାତ୍ର ୩୦୧ଟିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି। ଏହି ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଲୋକେ ଓ ରୋଗୀଙ୍କ ପରିବାର ଚିନ୍ତା ପ୍ରକଟ କରିଛନ୍ତି। ପ୍ରଶାସନ ଏହି ଘଟଣାର ତଦନ୍ତ କରି ଭବିଷ୍ୟତରେ ଏପରି ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.