ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

କଲିକତା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘ବିବାହ ପରେ ସହମତିରେ ଅନ୍ୟ କାହା ସହ ଯୌନ ସମ୍ପର୍କ ରଖିବା ଅପରାଧ ନୁହେଁ’

Published By : Prameya | April 16, 2025 5:04 PM

କୋଲକାତା, ୧୬।୪: ବିବାହ ପରେ ସହମତିରେ ଅନ୍ୟ କାହା ସହ ଯୌନ ସମ୍ପର୍କ ରଖିବା ଅପରାଧ ନୁହେଁ । ଏଭଳି ରାୟ ଶୁଣାଇଛନ୍ତି କଲିକତା ହାଇକୋର୍ଟ । ଦୁଇ ଜଣ ବିବାହିତଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଯଦି ଆରମ୍ଭରୁ ସହମତିରେ ହୋଇଥାଏ, ଏହା ଅପରାଧ ନୁହେଁ । କାରଣ ଶାରୀରିକ ସମ୍ପର୍କ ପାଇଁ ପ୍ରାରମ୍ଭିକ ସମ୍ମତି ପାରସ୍ପରିକ ଆକର୍ଷଣ ଉପରେ ଆଧାରିତ ବୋଲି ଧରାଯିବ । ରିପୋର୍ଟ ଅନୁଯାୟୀ, କଲିକତା ହାଇକୋର୍ଟର ଜଳପାଇଗୁଡ଼ି ସର୍କିଟ୍ ବେଞ୍ଚ କହିଛନ୍ତି ଯେ, ଦୁଇଜଣ ବିବାହିତ ମଧ୍ୟରେ ଶାରୀରିକ ସମ୍ପର୍କ, ଯଦି ଆରମ୍ଭରୁ ସହମତିରେ ହୋଇଥାଏ, ତେବେ ଏହା ଅପରାଧ ନୁହେଁ । କାରଣ ଉଭୟ ପକ୍ଷ ବିବାହିତ ହେବା ସଙ୍ଗେ ସଙ୍ଗେ ପରସ୍ପରର ବୈବାହିକ ସ୍ଥିତି ବିଷୟରେ ଅବଗତ । ଏପରି ପରିସ୍ଥିତିରେ ଦିଆଯାଇଥିବା ସମ୍ମତିକୁ ମିଥ୍ୟା ପ୍ରତିଶ୍ରୁତି ଦ୍ୱାରା ବାଧ୍ୟ କିମ୍ବା ଭ୍ରମିତ କରାଯିବା ପରିବର୍ତ୍ତେ ସହମତିରେ ବିବେଚନା କରାଯିବ ।  

ବିଚାରପତି ପୁରୁଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାକୁ ରଦ୍ଦ କରି କହିଛନ୍ତି, ଅଭିଯୁକ୍ତଙ୍କର କୌଣସି “ଗୁପ୍ତ ଉଦ୍ଦେଶ୍ୟ”ନଥିଲା କାରଣ ଏଥିରେ ଉଭୟ ପକ୍ଷଙ୍କ ସହମତି ଥିଲା । ବିବାହିତ ମହିଳା କହିଥିଲେ ଯେ, ବିବାହିତ ପୁରୁଷ ତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଘନିଷ୍ଠ ସମ୍ପର୍କରେ ପ୍ରଲୋଭିତ କରିଥିଲେ । ମହିଳା ଜଣକ ୨୦୨୪ ସେପ୍ଟେମ୍ବର ୮ରେ ଅଭିଯୋଗ ଦାଖଲ କରିଥିଲେ । ରିପୋର୍ଟ ଅନୁଯାୟୀ, ଉଭୟ ବିବାହିତ ଏବେ ସେମାନେ ୨ ବର୍ଷ ଧରି ଶାରୀରିକ ସମ୍ପର୍କରେ ଥିଲେ । ମହିଳାଙ୍କ ସ୍ୱାମୀ ଏହା ଜାଣିବା ପରେ ତାଙ୍କ ସହିତ ରହିବାକୁ ସିଧାସଳଖ ମନା କରିଦେଇଥିଲେ ଏବଂ ତାଙ୍କ ସହ ସମ୍ପର୍କ ରଖିଥିବା ପୁରୁଷଙ୍କୁ ବିବାହ କରିବାକୁ କହିଥିଲେ । ମହିଳା ଜଣକ ଶାରୀରିକ ସମ୍ପର୍କ ରଖିଥିବା ପୁରୁଷଘ୍କୁ ପଚାରିବାକୁ ସେ ତାଙ୍କୁ ବିବାହ କରିବାକୁ ମନା କଲେ । ତେଣୁ ମହିଳା ଜଣକ ତାଙ୍କ ବିରୁଦ୍ଧରେ ମାୟନାଗୁଡ଼ି ପୋଲିସ ଷ୍ଟେସନରେ ବିଏନ୍ଏସ୍‌ର ଧାରା ୬୯ ଏବଂ ୩୫୧(୨) ଅନୁଯାୟୀ ଏକ ମାମଲା ରୁଜୁ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.