ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଏବେ ଘରେ ହେବ ସାପ କାପୁଡାର ଚିକିତ୍ସା, ତିଆରି ହେଲା ଏହି କ୍ୟାପସୁଲ

Published By : Prameya | April 16, 2025 8:04 PM

ନୂଆଦିଲ୍ଲୀ,୧୬।୪: ଭାରତରେ ପ୍ରତିବର୍ଷ ବିଷାକ୍ତ ସାପ କାମୁଡିବାରେ ୧ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଏଥିରେ ଅଧିକାଂଶ ମୃତ୍ୟୁ ସମୟରେ ଚିକିତ୍ସା ନମିଳିବା ପାରିବା କାରଣରୁ ହୋଇଥାଏ। କିନ୍ତୁ କେନିଆରେ ଏକ ରିସର୍ଚ୍ଚ ଏବେ ଏହାର ଚିକିତ୍ସାକୁ ସହଜ କରିଦେଇଛି। ରିସର୍ଚ୍ଚରଙ୍କ କହିବା ଅନୁସାରେ, ଏବେ ଘରେ ହିଁ ଲୋକ ସହଜରେ ସାପ ବିଷକୁ ନିଜ ଶରୀରରୁ ବାହାର କରିପାରିବେ। 

ସାପ କାମୁଡିଲେ ଏପର୍ଯ୍ୟନ୍ତ ଭାରତରେ ଆଣ୍ଟିଭେନମ୍‌ର ବ୍ୟବହାର ହୋଇଥାଏ। ଏହାକୁ ଇଞ୍ଜେକସନ୍‌ ରୂପରେ ଦିଆଯାଏ। ଇ-ବାୟୋମେଡିସିନ୍‌ରେ ପ୍ରକାଶିତ ରିପୋର୍ଟରେ ରିସର୍ଚ୍ଚର ଦାବି କରିଛନ୍ତି, ୟୁନିଥିଓଲ ନାମକ ଔଷଧରେ ଚାପ ବିଷକୁ ନଷ୍ଟ କରିହେବ। ଏପର୍ଯ୍ୟନ୍ତ ଏହାର ବ୍ୟବହାର ଧାତୁ ବିଷାକ୍ତତା ବା ମେଟାଲ ପଏଜନିଂ ଉପଚାର ପାଇଁ ବ୍ୟବହାର ହୁଏ। ରିସର୍ଚ୍ଚରଙ୍କ ମତରେ ସାପ ବିଷରେ ମେଟାଲୋପ୍ରୋଟିନେଜ୍ ଏନଞ୍ଜାଇମ୍ ମିଳିଥାଏ। ଯାହାକି କୋଷିକାକୁ କ୍ଷତି ପହଞ୍ଚାଏ। ଏଥିପାଇଁ ଏହାକୁ ଜିଙ୍କ୍ ଆବଶ୍ୟକ, ଯାହାକୁ ସେ ଶରୀରରୁ ନେଇଥାଏ।

ୟୁନିଥିଓଲ୍ ଜିଙ୍କକୁ ବ୍ୟାପିବାକୁ ରୋକିଥାଏ, ଯାହା ଫଳରେ ବିଷକୁ ବ୍ୟାପିବାକୁ ରୋକିଥାଏ। ଗବେଷକମାନେ କହିଛନ୍ତି ଯେ ଏହି ଔଷଧକୁ ପାଣି ସହିତ ମଧ୍ୟ ସେବନ କରାଯାଇପାରିବ। ଏହା ସହିତ, ଏହାକୁ ସଂରକ୍ଷଣ କରିବା ପାଇଁ ସାଧାରଣ ତାପମାତ୍ରା ଆବଶ୍ୟକ। ଏହାର ଅର୍ଥ ହେଉଛି ଏହା କ୍ୟାପସୁଲ ଆକାରରେ ଆସିପାରିବ। ଏପର୍ଯ୍ୟନ୍ତ, ସାପ ବିଷକୁ ଦୂର କରିବା ପାଇଁ ଯେତେ ଔଷଧ ତିଆରି ହୋଇଛି, ସେଗୁଡ଼ିକୁ ସଂରକ୍ଷଣ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ଆବଶ୍ୟକ। ଯାହା ଦୂରଦୂରାନ୍ତ ଗାଁରେ ସମ୍ଭବ ନୁହେଁ। ଏହି କାରଣରୁ ଗାଁଗୁଡ଼ିକରେ ସାପ କାମୁଡ଼ା ଯୋଗୁଁ ଅଧିକ ଲୋକ ମୃତ୍ୟୁବରଣ କରନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.