ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ପିଏଲ୍‌କୁ ମିଳିବ କଡ଼ା ଜବାବ୍, ଉତ୍ତର ସିକ୍କିମରେ ୧୫ ହଜାର ଫୁଟ୍‌ ଉଚ୍ଚତାରେ ଭାରତୀୟ ସେନାର ଶକ୍ତି ପ୍ରଦର୍ଶନ

Published By : Prameya | April 16, 2025 4:18 PM

ନୂଆଦିଲ୍ଲୀ,୧୬।୪:  ଚୀନ୍ ସହ ବିବାଦ ଭିତରେ ଭାରତୀୟ ସେନା ଦେଖାଇଲା ପରାକ୍ରମ। ଉତ୍ତର ସିକିମରେ ହିମାଳୟ ପାର କରି ତିବ୍ଦତୀୟ ମାଳଭୂମିରେ କଲା ଶକ୍ତି ପ୍ରଦର୍ଶନ। ୧୫ ହଜାର ଫୁଟ୍  ଉଚ୍ଚତା ଓ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରେ ବରଫରେ ଚାଲିଲା ଟ୍ୟାଙ୍କ। କେବଳ ସେତିକି ନୁହେଁ ରକେଟ ଫାୟାରିଂ କରି ପରୀକ୍ଷଣ କରିଥିଲା ନିଜର ପ୍ରସ୍ତୁତି ।

ଏହି ଅଞ୍ଚଳରେ ୨୦୨୦ ରେ ଭାରତ ଓ ଚୀନ୍  ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏପରିକି ତା ପୂର୍ବରୁ ୨୦୧୭ ରେ  ୭୩ ଦିନ ମୁହଁ ଧରି ମୁହାଁମୁହିଁ ସ୍ଥିତିରେ ଥିଲେ ଦୁଇ ଦେଶର ସେନା। ଉତ୍ତର ସିକ୍କିମରେ ଭାରତୀୟ ସେନାର ବ୍ରିଗେଡ୍କୁ ‘ଫ୍ଲେଟୁ ବ୍ରିଗେଡ’ ବୋଲି କୁହାଯାଏ। ପ୍ରଥମ ଥର ହିମାଳୟ ପାର କରି ସେନା ତିବ୍ଦତକୁ ଲାଗିଥିବା ଅଞ୍ଚଳରେ କରିଛି ଶକ୍ତିପ୍ରଦର୍ଶନ। ପୂର୍ବ ହିମାଳୟରେ ଥିବା ଏହି ଅଞ୍ଚଳ ଦେଶର ଉଚ୍ଚତମ ଓ ସବୁଠାରୁ ଥଣ୍ଡା ଯୁଦ୍ଧକ୍ଷେତ୍ର ମଧ୍ୟରୁ ଅନ୍ୟତମ। 

ଭାରତୀୟ ସେନାର ସୂଚନା ଅନୁଯାୟୀ, ଶକ୍ତି ପ୍ରଦର୍ଶନ ସମୟରେ ଟ୍ୟାଙ୍କ, ତୋପ,  ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ  ଏବଂ ଡ୍ରୋନ ମଧ୍ୟ ବ୍ୟବହାର କରାଯାଇଥିଲା। ରକେଟ ଫାୟାରିଂ ମାଧ୍ୟମରେ କରାଯାଇଥିଲା ପ୍ରସ୍ତୁତି ପରୀକ୍ଷଣ। ପ୍ରଥମ ଥର  ନଦୀ, ଝରଣା ଏବଂ ବରଫ ଜମିଥିବା ହ୍ରଦ ପାର ହେବା ପାଇଁ ସ୍ୱତନ୍ତ୍ର ବାହନର ମଧ୍ୟ ବ୍ୟବହାର କରାଯାଇଥିଲା। ଏହି ସମୟରେ, ଟାଟା କମ୍ପାନୀଠାରୁ ନିକଟରେ ଅଧିଗ୍ରହଣ କରାଯାଇଥିବା ଇନଫାନଟ୍ରି କମ୍ବାଟ ଭେଇକିଲ୍ରର ମଧ୍ୟ ବ୍ୟବହାର କରାଯାଇଥିଲା।ଉତ୍ତର ସିକ୍କିମର ଏହି ଅଞ୍ଚଳରୁ ତିସ୍ତା ନଦୀର ଉତ୍ପତ୍ତି ହୋଇଛି। ଶିଖ ଏବଂ ବୌଦ୍ଧ ଧର୍ମର ପବିତ୍ର ଗୁରୁଡୋଙ୍ଗମାର ହ୍ରଦ ମଧ୍ୟ ଏହି ଅଞ୍ଚଳରେ ଅବସ୍ଥିତ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.