ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

୧୩୫ଦିନ ପରେ କବରରୁ ମହିଳାଙ୍କ ମୃତଦେହ ଉଦ୍ଧାର

Published By : Prameya | April 13, 2025 7:06 PM

ମୁମ୍ବାଇ, ୧୩/୪ :   ୟୁପିର ମଉରୁ ଏକ ଛାତି ଥରେଇଲା ଭଳି ଘଟଣା ସାମ୍ନାକୁ ଆସିଛି । ୧୩୫ଦିନ ପୂର୍ବରୁ କବରରେ ଥିବା ଜନୈକ ମହିଳାଙ୍କ ମୃତଦେହକୁ ପୁଣି ଥରେ କବରରୁ ବାହାର କରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ ।  ଯାହାକୁ ନେଇ ମଉର ଘୋସି ଥାନା ଅଞ୍ଚଳରେ ଏକ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । 

ନିର୍ଦେଶରେ କୁହାଯାଇଛି ଯେ ୧୩ଏପ୍ରିଲରେ ମାଜିଷ୍ଟ୍ରେଟ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ମୃତଦେହକୁ କବରରୁ ବାହାର କରାଯାଇ ପୋଷ୍ଟମର୍ଟମ ଲାଗି ପଠାଯିବ । କୋର୍ଟ ଏଭଳି ନିର୍ଦେଶ ଦେବାର କାରଣ ଏହି କି ଯେ ଏଭଳି ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ସୂଚନା ଅନୁସାରେ , ଏହି ଘଟଣା ୩୦ନଭେମ୍ବର ୨୦୨୩ର ଅଟେ । ସେତେବେଳେ ମହିଳାଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । ଆରମ୍ଭରୁ ଏହାକୁ ସାମାନ୍ୟ ମୃତ୍ୟୁ ଭାବି ପରିବାର ଲୋକେ ଅନ୍ତିମ ସଂସ୍କାର କରିଦେଇଥିଲେ । କିନ୍ତୁ ମୃତ୍ୟୁର କିଛିଦିନ ପରେ ମୃତକଙ୍କ ସାନ ଭଉଣୀ ତାଙ୍କ ଭିଣୋଇଙ୍କ ବିରୋଧରେ ବଳାତ୍କାର ଏବଂ ହତ୍ୟାର ଗମ୍ଭୀର ଅଭିଯୋଗ ଲଗାଇଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ମୃତକଙ୍କ ଭଉଣୀଙ୍କ କହିବା ଅନୁସାରେ ସେ ତାଙ୍କ ବଡ଼ ଭଉଣୀଙ୍କ ପ୍ରସବ ପରେ ଦେଖା ରଖା ପାଇଁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ଭିଣୋଇ ତାଙ୍କ ସହ ଦୁଷ୍କର୍ମ କରିଥି‌ଲେ । ଯେତେବେଳେ ତାଙ୍କ ବଡ଼ ଭଉଣୀ ଦେଖିଥିଲେ ଏହାକୁ ବିରୋଧ କରିଥିଲେ । ସେତେବେଳେ ଭିଣୋଇ ଦିଦିର ହତ୍ୟା କରି ମୃତଦେହକୁ ପୋତିଦେଇଥିଲେ । ପରେ ପୀଡ଼ିତା ନ୍ୟାୟ ପାଇଁ ନିବେଦନ କରି ଚାଲିଥିଲେ ଏବଂ ଶେଷରେ ତାଙ୍କ ଭଉଣୀର ମୃତଦେହକୁ କବରରୁ ବାହାର କରି ପୋଷ୍ଟମର୍ଟମ୍ କରିବାକୁ ଦାବି କରି କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ତଥ୍ୟକୁ ଗମ୍ଭୀରତାର ସହ ନେଇ କୋର୍ଟ ଆବେଦନକୁ ଗ୍ରହଣ କରିଛନ୍ତି ।

୧୩ଏପ୍ରିଲରେ ମୃତଦେହକୁ କବରରୁ ବାହାର କରାଯାଇ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି । ଏବେ ପୋଷ୍ଟ ମର୍ଟମ ରିପୋର୍ଟ ପରେ ହିଁ ସ୍ପ‌ଷ୍ଟ ହେବ ଯେ ମହିଳାଙ୍କ ମୃତ୍ୟୁ ସ୍ବଭାବିକ ଥିଲା ନା କୌଣସି ଷଡ଼ଯନ୍ତ୍ରର ଶିକାର ହୋଇଥିଲେ । ଯଦି ରିପୋର୍ଟ ହତ୍ୟାକୁ ନିଶ୍ଚିତ କରେ, ତେବେ ହତ୍ୟା ଏବଂ ଦୁଷ୍କର୍ମ ଅନୁଯାୟୀ ଭିଣୋଇଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.