ପ୍ରମୂଖ ଖବର
  • ସୁଦୃଢ଼ ହେବ ରାଜ୍ୟ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା, ୨୦୦୦ ନୂତନ ପଦବୀ ସୃଷ୍ଟି
  • ||
  • ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନୀତି ସବ୍‌କମିଟିରେ ଅନୁମୋଦନ, ୧୮ରେ ବସିବ ଛତିଶା ନିଯୋଗ ବୈଠକ
  • ||
  • OSSF କର୍ମଚାରୀଙ୍କ ପାଇଁ ଖୁସି ଖବର, ସର୍ବନିମ୍ନ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର
  • ||
  • ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ, ୧୯ ରେ ହେବ ନିର୍ବାଚନ
  • ||
  • ଖୋର୍ଦ୍ଧା : ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ବିଜାପୁରରେ ପୋଲିସକୁ ବଡ଼ ସଫଳତା, ବିସ୍ଫୋରକ ସାମଗ୍ରୀ ସହ ୨୨ ଜଣ ହାର୍ଡକୋର୍ ମାଓବାଦୀ ଗିରଫ
  • ||
  • ସମ୍ବଲପୁରରେ ବସିବ ଜନତା ଦରବାର, ୨୧ରେ ଅଭିଯୋଗ ଶୁଣାଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବୌଦ୍ଧ : ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବାଲେଶ୍ୱର : ପଶ୍ଚିମବଙ୍ଗକୁ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୧ ବସ୍ତା ଗଞ୍ଜେଇ ଜବତ, ୨ ଅଟକ
  • ||
  • IPL 2025: ଆଜି ମୁମ୍ବାଇକୁ ଭେଟିବ ହାଇଦ୍ରାବାଦ, ୱାଙ୍ଖଡ଼େରେ ହେଡ୍‌-ବୁମରା ଏବଂ ରୋହିତ-କମିନ୍ସ ଲଢ଼େଇ
  • ||
  • ଭଦ୍ରକ : ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ୭ ଗୁରୁତର
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ, ଲୋକାର୍ପଣ କରିବେ ୪ ହଜାର କୋଟିର ପ୍ରକଳ୍ପ
  • ||
  • ସିଲଭର୍ ସିଟିରେ ଡବଲ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ କଟାସ, ଜୁବୁଲା ଆହତ, ବରିଷ୍ଠ ପୁଲିସ ଅଧିକାରୀଙ୍କ ପଚରାଉଚରା
  • ||
  • ଗୁରୁବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା,୯ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ନେଇ ଆଲର୍ଟ
  • ||

ଶାଶୁ- ଜ୍ବାଇଁ ଫେରାର ଘଟଣାର ୯ଦିନ ପରେ ବି ମିଳୁନି ପତ୍ତା

Published By : Prameya | April 15, 2025 6:10 PM

ଉତ୍ତରପ୍ରଦେଶ, ୧୫/୪ :   ପ୍ରେମ କରି ବାହା ହେବା କିମ୍ବା କେଉଁଆଡ଼େ ଚାଲିଯିବା କିଛି ନୂଆ ଘଟଣା ନୁହେଁ । ପ୍ରତ୍ୟେକ ଦିନ ଆମେ ସୋସିଆଲ ମିଡ଼ିଆରେ ନୂଆ ନୂଆ ଘଟଣା ଦେଖୁଛେ । ପ୍ରେମରେ ପାଗଳ ହେଲେ ମଣିଷ ତା’ର ହିତାହିତ ଜ୍ଞାନ ଭୁଲିଯାଏ । ସବୁବେଳେ ନିଜର ପ୍ରେମକୁ ଜାହିର କରିବାକୁ ପ୍ରେମିକ-ପ୍ରେମିକା ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଏଠି ବି ଠିକ୍ ଏଭଳି କିଛି ଘଟିଛି । ମାତ୍ର ତାହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଭାବି ଶାଶଙ୍କୁ ପ୍ରେମରେ ପଡ଼ିଯାଇଛନ୍ତି ଜ୍ବାଇଁ ପୁଅ । ଜ୍ବାଇଁକୁ ପ୍ରେମ କରି ବସିଛି ଭାବି ଶାଶୁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ୯ଦିନ ହେବ ତାଙ୍କର କୌଣସି ଖୋଜଖବର ମିଳିପାରୁନାହିଁ । 

ଉତ୍ତରପ୍ରଦେଶର ଆଲିଗଡ଼ରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଜ୍ବାଇଁ ରାହୁଲଙ୍କ ସହ  ଭାବି ଶାଶୁ ଅପନା ଦେବୀ କେଉଁଆଡ଼େ ପଳାଇଛନ୍ତି । ଯାହାକୁ ନେଇ ଦିନକୁ ଦିନ ନୂଆ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏବେ ଶାଶୁ ଏବଂ ଜ୍ବାଇଁଙ୍କ ବୟସ ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଜ୍ବାଇଁଙ୍କ ବୟସ ମାତ୍ର ୨୪ବର୍ଷ ହୋଇଥିବାବେଳେ ତାଙ୍କର ଭାବି ଶାଶୁଙ୍କ ବୟସ ୩୪ବର୍ଷ । ପ୍ରାୟ ୧୦ବର୍ଷ ବଡ଼ ବୋଲି କୁହାଯାଉଛି । ଉଭୟଙ୍କର ଏବେ ଯାଏଁ କୌଣସି ଖୋଜ୍ ଖବର ମିଳିପାରିନାହିଁ ।

ରାହୁଲଙ୍କ ବାପା ତାଙ୍କୁ ତାଙ୍କ ସମ୍ପତ୍ତିରୁ ବାହାର କରିବା ବିଷୟରେ କହିଛନ୍ତି । ସେ କହିଛନ୍ତି କି ଯଦି ରାହୁଲ ଫେରି ଆସେ ତେବେ ସେ ତାଙ୍କୁ ତାଙ୍କ ଘରେ ପ୍ରବେଶ କରିବାକୁ ଦେବେ ନାହିଁ । ସେହିଭଳି ଅପନା ଦେବୀଙ୍କୁ ନେଇ ତାଙ୍କ ପଡ଼ୋଶୀ କହିଛନ୍ତି କି ଏଭଳି ମହିଳାଙ୍କୁ ମୃତ୍ୟୁଦଣ୍ଡ ଦେବା ଆବଶ୍ୟକ । ଉଭୟ ଯିବାର ୯ଦିନ ହୋଇଥିବାବେଳେ ଏବେ ଯାଏଁ ପୋଲିସ କୌଣସି ପତ୍ତା ପାଇନାହିଁ । ସେମାନଙ୍କୁ ଖସିଯିବାରେ ସାହାଯ୍ୟ କରିଥିବା ଲୋକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।  

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.