ପ୍ରମୂଖ ଖବର
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଓ୍ବାକଫ୍‌ ଆଇନ୍‌କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଦାଉଦି ବୋହରା ସଂପ୍ରଦାୟ

Published By : Tapas Panda | April 17, 2025 9:56 PM

Image Courtesy: navbharattimes

ନୂଆଦିଲ୍ଲୀ: ଦାଉଦି ବୋହରା ମୁସଲିମ୍‌ ସଂପ୍ରଦାୟର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛି । ଓ୍ବାକଫ ଆକ୍ଟରେ ସଂଶୋଧନ ପାଇଁ ମୋଦୀଙ୍କୁ ଧନ୍ୟବାଦ ଦେଇଛି ଏହି ପ୍ରତିନିଧି ଦଳ । ଏହି ସଂଶୋଧନ ସମାଜର ଦୀର୍ଘ ଦିନର ବିଚାରାଧୀନ ଦାବିଗୁଡିକ ମଧ୍ୟରେ ଥିଲା ଏବଂ ଏହାକୁ ପୂରଣ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରିଛନ୍ତି ।

ଏହି ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କ 'ସବକା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱସ' ନୀତି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ପ୍ରଗତିର ଉଦ୍ଦେଶ୍ୟକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶରେ ଘଟୁଥିବା ସକରାତ୍ମକ ପରିବର୍ତ୍ତନକୁ ସେମାନେ ପ୍ରଶଂସା କରିଛନ୍ତି । 

ପ୍ରଧାନମନ୍ତ୍ରୀ ଦାଉଦି ବୋହରା ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଜାତୀୟ ସ୍ୱାର୍ଥରେ ସମ୍ପ୍ରଦାୟର ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ ସବୁ ସମ୍ପ୍ରଦାୟର ବିକାଶ ପାଇଁ ସର୍ବଦା ପ୍ରତିବଦ୍ଧ ବୋଲି କହିଛନ୍ତି ମୋଦୀ । ୱାକଫ୍ (ସଂଶୋଧନ) ବିଲ୍, ୨୦୨୫ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଅନୁମୋଦନ ପାଇବା ପରେ ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିଲା ।ରାଷ୍ଟ୍ରପତିଙ୍କ ଅନୁମୋଦ ପାଇବା ପରେ ଆଇନ୍‌ରେ ପରିଣତ ହୋଇଛି । କିନ୍ତୁ ଏହାକୁ ବିରୋଧ କରି ବିଭିନ୍ନ ମୁସଲିମ୍‌ ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.