ପ୍ରମୂଖ ଖବର
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ମୁର୍ଶିଦାବାଦ ଗସ୍ତ ସ୍ଥଗିତ ନେଇ ମମତାଙ୍କ ଅନୁରୋଧକୁ ଅସ୍ୱୀକାର କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

Published By : Prameya | April 17, 2025 10:11 PM

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ଅନୁରୋଧ କରି, ମୁର୍ଶିଦାବାଦ ଗସ୍ତ ସ୍ଥଗିତ କରିବାକୁ କହିଥିଲେ। ମୁର୍ଶିଦାବାଦ ପଶ୍ଚିମବଙ୍ଗର ଏକ ଜିଲ୍ଲା , ଯାହା ସଦ୍ୟ ନୂଆ ପ୍ରଣିତ ୱାକଫ ସଂଶୋଧନ ଆଇନକୁ ନେଇ ସାଂପ୍ରଦାୟିକ ସଂଘର୍ଷରେ ଥରି ଉଠିଥିଲା। 

ମୁର୍ଶିଦାବାଦ ଦଙ୍ଗାରେ ୩ଜଣ ଲୋକଙ୍କର ଜୀବନ ଚାଲିଯାଇ ଥିବାବେଳେ ଅନେକ ଆହତ ହୋଇଛନ୍ତି। ରାଜ୍ୟ ସଚିବାଳୟ ନବାନ୍ନରୁ ନିଜ ବକ୍ତବ୍ୟରେ ମମତା ଅଣ-ସ୍ଥାନୀୟ ଲୋକଙ୍କୁ ମୁର୍ଶିଦାବାଦ ନଆସିବାକୁ ଅନୁରୋଧ କରିଥିଲେ। ପିଟିଆଇ ତାଙ୍କ କଥାକୁ ଉଦ୍ଧୃତ କରି କହିଛି , ମୁଁ ରାଜ୍ୟପାଳଙ୍କୁ ଆଉ କିଛି ଅପେକ୍ଷା କରିବାକୁ ଅପିଲ କରିବି, କାରଣ ବିଶ୍ୱାସ ପୁନଃ ସ୍ଥାପନ କରିବାକୁ ଚେଷ୍ଟା ଜାରି ରହିଛି। ସ୍ଥିତି ଧିରେ ଧିରେ ସାଧାରଣ ହେଉଛି। ମମତାଙ୍କ ଏହି ଅପିଲ ରାଜ୍ୟପାଳ ବୋଷଙ୍କ ଦ୍ୱାରା ଶୁକ୍ରବାର ମୁସଲିମ୍‌ ବହୁଳ ଜିଲ୍ଲାରେ ସ୍ଥିତିର ସମୀକ୍ଷା କରିବା ପାଇଁ ମୁର୍ଶିଦାବାଦ ଯିବାର ଘୋଷଣା ପରେ ଆସିଛି। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ରାଜନୀତିକ ବିବାଦକୁ ଏଡେଇବା ପାଇଁ ବର୍ତ୍ତମାନ ପ୍ରଭାବିତ ଅଞ୍ଚଳ ଗସ୍ତ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ମମତା ବାନାର୍ଜୀଙ୍କ ଅନୁରୋଧ ସତ୍ତ୍ୱେ ରାଜ୍ୟପାଳ ବୋଷ୍‌ କହିଛନ୍ତି ସେ ଗ୍ରାଉଣ୍ଡ ସ୍ଥିତିର ସମୀକ୍ଷା କରିବାକୁ ଜିଲ୍ଲାର ଗସ୍ତ କରିବାକୁ ଚାହାନ୍ତି।

କୋଲକାତାରେ କିଛି ହିଂସା ପୀଡ଼ିତଙ୍କୁ ଭେଟିବା ପରେ ସେ ସାମ୍ୱାଦିକଙ୍କୁ କହିଛନ୍ତି , ମୁଁ ନିଶ୍ଚିତ ଭାବେ ମୁର୍ଶିଦାବାଦ ଗସ୍ତ କରିବି। ମୁଁ ନିଜେ ବାସ୍ତବିକତାକୁ ଦେଖିବା ପାଇଁ ଅଞ୍ଚଳକୁ ଯିବି। ମୁଁ ମାମଲାକୁ ବସ୍ତୁନିଷ୍ଟ ଦୃଷ୍ଟିକୋଣରେ ଦେଖିବି। ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଛି। ଆମକୁ ଭବିଷ୍ୟତରେ ଏମିତି ଘଟଣାକୁ ରୋକିବା ପାଇଁ  ଆହୁରି ପଦକ୍ଷେପ ନେବା ଉଚିତ୍‌। ସଂପୃକ୍ତ ଅଞ୍ଚଳର ଲୋକେ ସେଠାରେ ବିଏସଏଫ୍‌ କ୍ୟାମ୍ପର ଦାବି କରିଛନ୍ତି।

ଅନ୍ୟପଟେ ମମତା ବାନାର୍ଜୀ କହିଛନ୍ତି , ମୁର୍ଶିଦାବାଦ ହିଂସାର ଯାଞ୍ଚ ପାଇଁ ପୂର୍ବରୁ ହିଁ ଏକ ସ୍ୱତନ୍ତ୍ର ଯାଞ୍ଚ ଦଳ ( ଏସଆଇଟି)ର ଗଠନ କରାଯାଇ ସାରିଛି। ମମତା କହିଛନ୍ତି ସେ ମୁର୍ଶିଦାବାଦ ହିଂସା ପ୍ରଭାବିତ ପୀଡ଼ିତଙ୍କ ଘରେ ପୁନର୍ନିର୍ମାଣ କରିବେ। ମମତା ଆହୁରି ମଧ୍ୟ କହିଛନ୍ତି ପ୍ରଶାସନ ମୁର୍ଶିଦାବାଦର ଲୋକଙ୍କ ବିଶ୍ୱାସ ପୁନଃସ୍ଥାପନ କରିବାକୁ ପ୍ରୟାସ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.