ନୂଆଦିଲ୍ଲୀ,୧୭।୪: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP)୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନାର ରୂପରେଖା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ଅନ୍ତର୍ଭୁକ୍ତ କରିବା।
ନୀତିକୁ ଧିରେ ଧିରେ ଲାଗୁ କରାଯିବ। ୨୦୨୫-୨୬ ରେ ଗ୍ରେଡ୍ ୧ରୁ ଆରମ୍ଭ କରି ୨୦୨୮-୨୯ ପର୍ଯ୍ୟନ୍ତ ସବୁ ଗ୍ରେଡ୍ ପର୍ଯ୍ୟନ୍ତ ବିସ୍ତାରିତ କରାଯିବ। ମହାରାଷ୍ଟ୍ର SCERT ଓ ବାଲଭାରତୀ ଦ୍ବାରା ସ୍ଥାନୀୟ ପାଠ୍ୟକ୍ରମ ବିକାଶ ସହ ୫+୩+୩+୪ ମଡେଲକୁ ଗ୍ରହଣ କରାଯିବ। ମରାଠି ଓ ଇଂଲିସ ମାଧ୍ୟମ ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ହିନ୍ଦୀ ବାଧ୍ୟତାମୂଳକ ତୃତୀୟ ଭାଷାରେ ଭାବରେ ସାମିଲ କରାଯିବ। ସରକାରଙ୍କ ଲକ୍ଷ୍ୟ ୨୦୨୫ ପର୍ଯ୍ୟନ୍ତ ୮୦% ଶିକ୍ଷକଙ୍କୁ ନୂଆ ଶିକ୍ଷଣୀୟ ପ୍ରଣାଳି ଓ ଡିଜିଟାଲ ଉପକରଣରେ ପ୍ରଶିକ୍ଷିତ କରିବା।
ମହାରାଷ୍ଟ୍ର ଭଳି ରାଜ୍ୟରେ, ଯେଉଁଠାରେ ମରାଠୀ ହେଉଛି ମୁଖ୍ୟ ଭାଷା। ସେଠାରେ ହିନ୍ଦୀକୁ ବାଧ୍ୟତାମୂଳକ କରିବା ଏକ ରଣନୈତିକ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି। ଏହା ଛାତ୍ରଛାତ୍ରୀମାନଙ୍କୁ ବହୁଭାଷୀ କରିବା ଏବଂ ଜାତୀୟ ସ୍ତରରେ ଆଲୋଚନା ଏବଂ ସୁଯୋଗ ପାଇଁ ଦ୍ୱାର ଖୋଲିବା ଲକ୍ଷ୍ୟ ରହିଛି। ହିନ୍ଦୀ ଭାଷୀ ରାଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ ମହାରାଷ୍ଟ୍ରରେ ଶିକ୍ଷା ପାଇବାର ସୁବିଧା ପାଇବେ।
ସ୍କୁଲ ଶିକ୍ଷା ବିଭାଗ କହିଛି ଯେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଭାଷା ବିକାଶ ଏବଂ ଯୋଗାଯୋଗ ଦକ୍ଷତାକୁ ଉନ୍ନତ କରିବା ପାଇଁ ଏହି ପରିବର୍ତ୍ତନ କରାଯାଉଛି। ସରକାର ବିଶ୍ୱାସ କରନ୍ତି ଯେ ଏହା ପିଲାମାନଙ୍କ ମଧ୍ୟରେ ଭାଷାଗତ ବିବିଧତା ପ୍ରତି ସମ୍ମାନ ବୃଦ୍ଧି କରିବ ଏବଂ ଦେଶର ଏକତାକୁ ମଧ୍ୟ ସୁଦୃଢ଼ କରିବ। ତଥାପି, ରାଜ୍ୟରେ ଆଞ୍ଚଳିକ ଭାଷାର ପ୍ରାଥମିକତା ବଜାୟ ରଖିବା ବିଷୟରେ କଥାବାର୍ତ୍ତା କରୁଥିବା କିଛି ଆଞ୍ଚଳିକ ଦଳ ଏବଂ ସଂଗଠନ ଏହି ନିଷ୍ପତ୍ତିର ବିରୋଧ କରିପାରନ୍ତି। କିନ୍ତୁ ବର୍ତ୍ତମାନ ସରକାର ତାଙ୍କ ନିଷ୍ପତ୍ତିରେ ଦୃଢ଼ ଥିବା ପରି ମନେ ହେଉଛି।