ଉତ୍ତରପ୍ରଦେଶ, ୧୭/୪ : ଯୋଗୀ ସରକାର ଶିଶୁମାନଙ୍କ ସୁରକ୍ଷା ଲାଗି ନେଲେ ବଡ଼ ପଦକ୍ଷେପ । ପ୍ରାଥମିକ ସ୍ତରରେ ଶିଶୁମାନଙ୍କ ସୁରକ୍ଷା ଲାଗି ଚାଇଲ୍ଡ ହେଲ୍ପଲାଇନ ନମ୍ବର ୧୦୯୮କୁ ଆହୁରି ଅଧିକ ସଶକ୍ତ କରିବାକୁ ବଡ଼ ପଦକ୍ଷେପ ଉଠାଇଛନ୍ତି । ସରକାରଙ୍କ ଉଦ୍ଦେଶ୍ୟ ଅଛି କି ସଂକଟ ସ୍ଥିତିରେ କୌଣସି ବି ଶିଶୁ ନିଜକୁ ଏକାକୀ ଅନୁଭବ ନ କରୁ ଏବଂ ଠିକ୍ ସମୟରେ ତାକୁ ସହାୟତା ମିଳିପାରୁ ।
ରାଜ୍ୟ ସରକାରଙ୍କ ଦ୍ବାରା ଓ୍ବିମେନ ଆଣ୍ଡ ଚାଇଲ୍ଡ ହେଲ୍ପଲାଇନ ଡେକ୍ସକୁ ଆହୁରି ମଜବୁତ କରାଯିବାକୁ ପ୍ରୟାସ କରାଯାଉଛି । ଏହି ଡେସ୍କରେ ଷ୍ଟାଫଙ୍କ ସଂଖ୍ୟା ବଢାଯିବ, ଫଳରେ କଲ୍ ରେସପନ୍ସ ଏବଂ ଅଭିଯୋଗକୁ ଖୁବଶୀଘ୍ର ସମାଧାନ କରାଯାଇପାରିବ । ଜିଲ୍ଲା ଗୁଡ଼ିକରେ କାର୍ଯ୍ୟରତ ଚାଇଲ୍ଡ ହେଲ୍ପଲାଇନ ୟୁନିଟ୍ସରେ ବି ଷ୍ଟାଫ୍ ବଢାଇବାର ଯୋଜନା ଅଛି । ଯାହା ଫଳରେ ଗ୍ରାଉଣ୍ଡ ଜିରୋରେ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ ହୋଇପାରିବ ।