ନୂଆଦିଲ୍ଲ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜେଇଇ ମେନ ୨୦୨୫ ସେସନ ୨ର ଫଳାଫଳ ଆଜି ମଧ୍ୟ ରାତି ସୁଦ୍ଧା ପ୍ରକାଶ ହେବାର ସମ୍ଭାବନା ରହିଛି। ପ୍ରାର୍ଥୀମାନେ ଅଫିସିଆଲ ଓ୍ୱେବସାଇଟ jeemain.nta.nic.in ମାଧ୍ୟମରେ ସେମାନଙ୍କର ସ୍କୋରକାର୍ଡ ଚେକ କରିପାରିବେ। ଏହି ରେଜଲ୍ଟ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ଏକ ବଡ ମାଧ୍ୟମ ଭାବେ ପରିଗଣିତ ହୋଇଥାଏ।
ରେଜଲ୍ଟ ଚେକ କରିବା ପ୍ରକ୍ରିୟା
୧. jeemain.nta.nic.in ଓ୍ୱେବସାଇଟ ଖୋଲନ୍ତୁ।
୨. "JEE Main 2025 Session 2 Result" ଲିଙ୍କ ଉପରେ କ୍ଲିକ କରନ୍ତୁ।
୩. ଆପ୍ଲିକେସନ ନମ୍ବର, ଜନ୍ମ ତାରିଖ ଏବଂ ସୁରକ୍ଷା କୋଡ ପୂରଣ କରନ୍ତୁ।
୪. ସ୍କୋରକାର୍ଡ ଦେଖାଇ ଡାଉନଲୋଡ କରନ୍ତୁ।
୫. ଫାଇନାଲ ଆନ୍ସର କୀ ଏବଂ କଟ୍-ଅଫ
ଏନଟିଏ ଆଜି ଫାଇନାଲ ଆନ୍ସର କୀ ପ୍ରକାଶ କରିଛି, ଯେଉଁଥିରେ କିଛି ପ୍ରଶ୍ନ ବାଦ ଦିଆଯାଇଛି। ଜେନେରାଲ କ୍ୟାଟେଗୋରୀ ପାଇଁ କଟ୍-ଅଫ ପର୍ସେଣ୍ଟାଇଲ ୯୩.୮୫ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଶୀର୍ଷ ୨.୫ ଲକ୍ଷ ପ୍ରାର୍ଥୀ ଜେଇଇ ଆଡଭାନ୍ସଡ ୨୦୨୫ ପାଇଁ ଯୋଗ୍ୟ ବିବେଚିତ ହେବେ।
ପରୀକ୍ଷା ତଥ୍ୟ
ଜେଇଇ ମେନ ସେସନ ୨ ପରୀକ୍ଷା ଏପ୍ରିଲ ୨ରୁ ୯ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଲକ୍ଷାଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଯାହା ଆଇଆଇଟି, ଏନଆଇଟି ଏବଂ ଅନ୍ୟାନ୍ୟ ପ୍ରମୁଖ ଅନୁଷ୍ଠାନରେ ପ୍ରବେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ।
ସତର୍କତା
ଏନଟିଏ ପ୍ରାର୍ଥୀମାନଙ୍କୁ କେବଳ ଅଫିସିଆଲ ଓ୍ୱେବସାଇଟ ବ୍ୟବହାର କରିବାକୁ ଅନୁରୋଧ କରିଛି। ନକଲି ଓ୍ୱେବସାଇଟରୁ ସୁରକ୍ଷିତ ରହିବା ପାଇଁ ସତର୍କ ରୁହନ୍ତୁ ଓ ପ୍ରଦତ୍ତ ୱେବସାଇଟକୁ ହିଁ ଭିଜିଟ କରନ୍ତୁ କିମ୍ୱା ଆଧିକାରିକ ୱେବସାଇଟକୁ ଯାଆନ୍ତୁ। ପ୍ରାର୍ଥୀମାନେ ରେଜଲ୍ଟ ଲିଙ୍କ ସକ୍ରିୟ ହେବା ଯାଏଁ ନିୟମିତ ବ୍ୟବଧାନରେ ଓ୍ୱେବସାଇଟ ଚେକ କରନ୍ତୁ। ରେଜଲ୍ଟ ଲିଙ୍କ ସକ୍ରିୟ ହେଲେ ସ୍କୋରକାର୍ଡ ଡାଉନଲୋଡ କରି ଭବିଷ୍ୟତ ବ୍ୟବହାର ପାଇଁ ସଂରକ୍ଷିତ କରି ରଖନ୍ତୁ।