ପ୍ରମୂଖ ଖବର
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

Mumbai: ମୁମ୍ବାଇ ମେଟ୍ରୋରେ ଯୋଡି ହେଲା ନୂଆ ମେଗା ଟନେଲ; ଯାତ୍ରା ସମୟ କମିବ ୬୦ ମିନିଟ୍

Published By : Bijay Swain | April 17, 2025 8:48 PM

Image courtesy: indiatoday

ନୂଆଦିଲ୍ଲୀ: ମୁମ୍ବାଇର ମେଟ୍ରୋ ନେଟୱାର୍କ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ ହୋଇଛି। ମେଟ୍ରୋ ଲାଇନ ୭ଏ ରେ ବାମନୱାଡି ଠାରେ ଟନେଲ ବ୍ରେକଥ୍ରୁ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଉଦ୍ଘାଟନ ଉତ୍ସବରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ମଧ୍ୟ ଉପସ୍ଥିତ ରହିଥିଲେ। 

ମେଟ୍ରୋ ଲାଇନ ୭ଏ ହେଉଛି ବର୍ତ୍ତମାନ ଥିବା ଲାଇନ ୭ର ଏକ ୩.୪ କିଲୋମିଟର ଲମ୍ୱ ବିଶିଷ୍ଟ ଅନ୍ୟ ଏକ ବିକଳ୍ପ। ଯାହା ଦହିସର ଇଷ୍ଟରୁ ଗୁଣ୍ଡାଭଲି ପର୍ଯ୍ୟନ୍ତ ଲମ୍ୱିଛି। ଏହି ନୂଆ ଟନେଲ ମୁମ୍ବାଇର ମେଟ୍ରୋ ନେଟୱାର୍କକୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (ସିଏସଏମଆଇଏ) ସହ ସଂଯୋଗ କରିବ। ଯେଉଁଥି ପାଇଁ ଉତ୍ତର ଓ ଦକ୍ଷିଣ ମୁମ୍ବାଇର ଯାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ। 

ଏହି ଲାଇନରେ ମାତ୍ର ଦୁଇଟି ଷ୍ଟେସନ ରହିବ। ପ୍ରଥମଟି ହେଉଛି ଏୟାରପୋର୍ଟ କଲୋନୀ ନିକଟରେ ଥିବା ଏକ ଏଲିଭେଟେଡ ଷ୍ଟେସନ ଏବଂ ଦ୍ୱିତୀୟଟି ସିଏସଏମଆଇଏ ବିମାନବନ୍ଦରରକୁ ଯୋଗାଯୋଗ କରୁଥିବା ଏକ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ। ଏହା ଚାଲୁ ହେବା ପରେ, ମୀରା-ଭାୟାଣ୍ଡର (ଉତ୍ତର) ଏବଂ କୋଲାବା (ଦକ୍ଷିଣ) ରୁ ଯାତ୍ରୀଙ୍କ ପାଇଁ ଯାତ୍ରାକାଳୀନ ସମୟ ପ୍ରାୟ ୬୦ ମିନିଟ୍ ପର୍ଯ୍ୟନ୍ତ କମିଯିବ। 

ମୁମ୍ବାଇ ମେଟ୍ରୋପଲିଟାନ ରିଜନ ଡେଭଲପମେଣ୍ଟ ଅଥରିଟି(ଏମଏମଆରଡିଏ) ଦ୍ୱାରା ପରିଚାଳିତ ଏହି ପ୍ରକଳ୍ପ ସହରରେ ପ୍ରଥମ କରି ବିମାନ ଯାତ୍ରା କେନ୍ଦ୍ର ସହ ନିରବଛିନ୍ନ ଏବଂ ଦକ୍ଷ ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏହି ବ୍ରେକଥ୍ରୁ ମୁମ୍ବାଇର ଭିତ୍ତିଭୂମି ବିକାଶରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.