ପ୍ରମୂଖ ଖବର
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଫୋର୍ଥ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ପ୍ରକାଶ; ପୋଲିସ ପ୍ରଶାସନ କ୍ଷେତ୍ରରେ ଦକ୍ଷିଣ ରାଜ୍ୟର ପ୍ରଦର୍ଶନ ଉନ୍ନତ

Published By : Bijay Swain | April 15, 2025 6:56 PM

Image courtesy: indiatoday

ନୂଆଦିଲ୍ଲୀ: ପୋଲିସ, ନ୍ୟାୟ ପ୍ରଦାନ ଓ ଜେଲ୍ ପରିଚାଳନାରେ ଦେଶର ଦକ୍ଷିଣ ରାଜ୍ୟ ଗୁଡିକ ଭଲ ପ୍ରଦର୍ଶନ କରିଛନ୍ତି। ଏନେଇ ଫୋର୍ଥ ଇଣ୍ଡିଆ ଜଷ୍ଟିସ୍ ନାମକ ଏକ ସଂସ୍ଥା ମଙ୍ଗଳବାର ଏକ ରିପୋର୍ଟ ପ୍ରକାଶ କରିଛି। ଦେଶର ମୋଟ୍ ୧୮ଟି ବଡ ଓ ମଧ୍ୟମ ଧରଣର ରାଜ୍ୟକୁ ନେଇ ଏହି ରୋପୋର୍ଟ ପବ୍ଲିସ ହୋଇଛି। ଏହି ରିପୋର୍ଟରେ କର୍ଣ୍ଣାଟକ ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଖରାପ ପ୍ରଦର୍ଶନ ସହ ପଶ୍ଚିମବଙ୍ଗ ଶେଷ ସ୍ଥାନ ଗ୍ରହଣ କରିଛି। 

ମୁଣ୍ଡ ପିଛା ପୋଲିସ ସଂଖ୍ୟା, ଜେଲ୍ ର ଆନୁସଙ୍ଗିକ ବ୍ୟବସ୍ଥା, ନ୍ୟାୟପାଳିକାରେ ମାମଲାର ସମାଧନ ଓ ଆଇନ ସହାୟତାକୁ ଭିତ୍ତି କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି। ରାଜ୍ୟ ଗୁଡିକରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ନ୍ୟାୟ ପ୍ରଦାନ ଆଦି କାରକକୁ ନେଇ ପ୍ରତିଟି ରାଜ୍ୟକୁ ଅଙ୍କ ପ୍ରଦାନ କରାଯାଇଛି। ଏହାରି ଆଧାରରେ ରାଜ୍ୟ ଗୁଡିକର ପ୍ରଦର୍ଶନ ସ୍ଥିର କରାଯାଇଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି।

ଏହି ରିପୋର୍ଟରେ ସମସ୍ତ ଶ୍ରେଷ୍ଠ ସ୍ଥାନ ଗୁଡିକ ଭାରତର ଦକ୍ଷୀଣ ରାଜ୍ୟ ଗୁଡିକ ନେଇଥିବା ଜଣାପଡିଛି। ପ୍ରଥମ ପାଞ୍ଚଟି ଯାଗାରେ ଯଥା କ୍ରମେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁ ରହିଛି। ସେହିପରି ଏହି ଟେବୁଲର ଶେଷତମ ସ୍ଥାନରେ ପଶ୍ଚିମବଙ୍ଗ ରହିଥିବା ବେଳେ ଏହା ଉପରକୁ ଯଥାକ୍ରମେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଝାରଖଣ୍ଡ ଓ ରାଜସ୍ଥାନ ରହିଛି।

ଏହି ରିପୋର୍ଟରେ ପୁରା ନମ୍ୱର ୧୦ ଥିବା ବେଳେ କର୍ଣ୍ଣାଟକ ୬.୭୮ ହାସଲ କରିଛି। ସେହିଭଳି ପଶ୍ଚିମବଙ୍ଗ ମାତ୍ର ୩.୬୩ ନମ୍ୱର ସହ ଶେଷ ସ୍ଥାନରେ ରହିଛି। ସବୁଠୁ ବଡ କଥା ହେଉଛି ଗତବର୍ଷ ଏହି ସର୍ଭେରେ ୧୧ତମ ସ୍ଥାନ ଗ୍ରହଣ କରିଥିବା ତେଲେଙ୍ଗାନା ଚଳିତ ବର୍ଷ ତଡତୀୟତମ ସ୍ଥାନରେ ରହିଛି। ଭାରତରେ ଥିବା ଛୋଟ ରାଜ୍ୟ ମାନଙ୍କ ମଧ୍ୟରେ ସିକ୍କିମ ସର୍ବଶ୍ରେଷ୍ଟ ପ୍ରଦର୍ଶନ କରିଥିବା ବେଳେ ଗୋଆ ସବୁଠୁ ତଳେ ରହିଛି।

ପୋଲିସ ପ୍ରଶାସନ କ୍ଷେତ୍ରରେ ବିହାର ଗତ ତିନି ବର୍ଷ ମଧ୍ୟରେ ସବୁଠୁ ଭଲ ପ୍ରଦର୍ଶନ କରିଛି। ଦେଶରେ ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ ୧୫୫ ଜଣ ପୋଲିସ କର୍ମଚାରୀ ରହିଥିବା ବେଳେ ବିହାରରେ ଏହି ସଂଖ୍ୟା ୮୧ରେ ସୀମିତ ରହିଛି। ସେହିଭଳି ୨୦୨୨ ଅପେକ୍ଷା ଚଳିତ ବର୍ଷ ହରିୟାନା ଆଇନ ସହାୟତାରେ ବହୁତ ଭଲ ପ୍ରଦର୍ଶନ କରିଛି। ଅନ୍ୟପଟେ ଓଡିଶା ଓ ଝାରଖଣ୍ଡ ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁଦ୍ଧା ଜେଲ୍ ର ଆନୁସଙ୍ଗିକ ବ୍ୟବସ୍ଥାରେ ଉନ୍ନତ୍ତି ପରିଲକ୍ଷିତ ହୋଇଛି। 

ଏହି ରିପୋର୍ଟ ମୁତାବକ ଓଡିଶା ନ୍ୟାୟ ପ୍ରଦାନ କ୍ଷେତ୍ରରେ ୨୦୨୨ରେ ୧୧ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏହା ୮ ନମ୍ୱର ସ୍ଥାନ ଗ୍ରହଣ କରିଛି। ଏହା ସହ ପୋଲିସ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଓଡିଶା ଉତ୍ତମ ପ୍ରଦର୍ଶନ କରିଛି। ଗଞ୍ଜାମ ଜିଲ୍ଲାର ପାଟପୁରରେ ଥିବା ପୋଲିସ ଥାନା ୨୦୨୪ରେ ଦେଶର ସର୍ବୋତ୍ତମ ତିନି ଥାନା ମଧ୍ୟରେ ସାମିଲ ହୋଇଥିଲା। ସେହିଭଳି ପୋଲିସ ପ୍ରଶାସନ କ୍ଷେତ୍ରରେ ଓଡିଶାରେ ପ୍ରତି ଲକ୍ଷେ ଲୋକ ପିଛା ୧୪୮ ଜଣ ପୋଲିସ କର୍ମଚାରୀ ରହିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଓଡିଶା ଭଲ ପ୍ରଦର୍ଶନ ଦାରି ରଖିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.