ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ପିଏନବି ଘୋଟାଲା; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି

Published By : Ankita S | April 14, 2025 8:01 AM

ନୂଆଦିଲ୍ଲୀ,୧୪/୦୪: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସି ଗିରଫ ହୋଇଛି । ବେଲଜିୟମରୁ ମେହୁଲ ଚୋକସି ଗିରଫ ହୋଇଥିବା ସୂଚନା ମିଳିଛି । ପିଏନ୍‌ବି ଦୁର୍ନୀତି ମାମଲାରେ ଫେରାର ଥିଲା ହୀରା ବ୍ୟବସାୟୀ ମେହୁଲ ଚୋକସି । ଭାରତ ସରକାରଙ୍କ ଅପିଲ ପରେ ବେଲଜିୟମରୁ ଗିରଫ ହୋଇଛି ମେହୁଲ । ତାଙ୍କ ନାମରେ ୧୩ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ଖୁବଶୀଘ୍ର ମେହୁଲଙ୍କୁ ଭାରତ ଆଣିବାକୁ ପ୍ରୟାସ କରାଯିବ । ଯଦି ସେ ଭାରତ ଫେରେ ତେବେ ଭାରତର ଏହା ଆଉ ଏକ କୂଟନୈତିକ ବିଜୟ ହେବ ।

୨୦୧୮ରେ ଭାରତରୁ ଫେରାର ହୋଇଥିଲା ମେହୁଲ ଚୋକସି । ବର୍ଷ ବର୍ଷ ଧରି ଚାଲିଥିବା ପ୍ରୟାସରେ ମେହୁଲ ଚୋକସିକୁ ଗିରଫ କରିବା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ସିବିଆଇକୁ ଅନୁରୋଧ ପରେ ମେହୁଲ ଚୋକସି ଗିରଫ ହୋଇଛି । ବେଲଜିୟମର ଏକ ହସ୍ପିଟାଲରୁ ତାଙ୍କୁ ଗିରଫ କରାଯାଇଛି । କୁହାଯାଉଛି କି ଭାରତୀୟ ତଦନ୍ତ ଏଜେନ୍ସିର ଅନୁରୋଧ ପରେ ଚୋକସିକୁ ଗିରଫ କରାଯାଇଛି । 

ଇଡ଼ି ଓ ସିବିଆଇ ଯେବେଠୁ ମେହୁଲ ଚୋକସିର ପ୍ରତ୍ୟର୍ପଣ ନେଇ ଚେଷ୍ଟା କରିଛନ୍ତି ତାର କିଛି ଦିନ ପରଠୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ମେହୁଲକୁ ଭାରତ ଅଣାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ହୀରା ବ୍ୟବସାୟୀ ମେହୁଲ ଚୋକିସ ପିଏନ୍‌ବିରୁ ହୋଇଥିବା ୧୩ ହଜାର ୫୦୦ କୋଟି ଟଙ୍କାର ଘୋଟାଲାରେ ସାମିଲ ଅଛି । ମେହୁଲ ଚୋକସିଙ୍କ ପତ୍ନୀ ପ୍ରୀତି ଚୋକସି ବେଲଜିୟମ ନାଗରିକ । ମିଡିଆ ରିପୋର୍ଟ ଅନୁସାରେ ମେହୁଲ ବେଲଜିୟମରେ ରହିବାକୁ ଜାଲ ଦସ୍ତାବିଜର ବ୍ୟବହାର କରିଥିଲା । ଯାହା ଫଳରେ ଭାରତ ଫେରିବାରୁ ମୁକୁଳିପାରିବ । ୨୦୧୮ରୁ ପରିବାର ସହ ଆଣ୍ଟିଗୁଆ ଫେରାର ହୋଇଥିଲା ମେହୁଲ ଚୋକସି । ୨୦୧୭ରେ ତାଙ୍କୁ ଆଣ୍ଟିଗୁଆ ନାଗରିକତା ମିଳିଥିଲା ।

 ଅଧିକ ପଢନ୍ତୁ...ପିଏନବି ମାମଲା: ଅଡୁଆରେ ମେହୁଲ ଚୋକସି, ନାଗରିକତ୍ୱ ରଦ୍ଦ କରିବାର ପକ୍ରିୟା ଆରମ୍ଭ କଲେ ଆଣ୍ଟିଗୁଆ ସରକାର

ପିଏନ୍‌ବି ଘୋଟାଲା- ଦେଶର ସବୁଠୁ ବଡ଼ ବ୍ୟାଙ୍କ ଘୋଟାଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାର କୋଟି ଟଙ୍କାର ଘୋଟାଲାରେ ମେହୁଲ ଚୋକସି ଏବଂ ତାଙ୍କ ଭାଇ ପୁଣ ନୀରବ ମୋଦିଙ୍କ ନାମ ସାମିଲ ଅଛି । ୨୦୨୨ରେ ଇଡ଼ି ମେହୁଲ, ପ୍ରୀତି ଚୋକସିଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ନୀରବ ମୋଦି ବର୍ତ୍ତମାନ ଲଂଣ୍ଡନ ଜେଲରେ ଅଛି । ସେ ଯେପରି ଭାରତ ନଫେରିବ ସେ ନେଇ ପ୍ରୟାସ ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.