ନୂଆଦିଲ୍ଲୀ: ହରିୟାନାର ପାନିପଥ ସ୍ଥିତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଶ୍ୱ ବିଦ୍ୟାଳୟର ଜଣେ ଛାତ୍ର ଜଣେ ଝିଅଙ୍କୁ ଏକ ସୁଟକେଶରେ ଭରି ପୁରୁଷ ହଷ୍ଟେଲକୁ ନେଉଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଯାଇଛନ୍ତି। ଏହି ଘଟଣାରେ ବିଶ୍ୱ ବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ନିଜ ମନ୍ତବ୍ୟ ରଖି କହିଛନ୍ତି ଯେ “ଏହି ଗଟଣା କେବଳ ଦୁର୍ଭାଗ୍ୟଜନକ। ଏଥିରେ ଏତେ ବଡ କିଛି ନାହିଁ।”
ଏହି ଘଟଣାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ସାଇଟ୍ ରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ହଷ୍ଟେଲର ସୁରକ୍ଷାକର୍ମୀମାନେ ସୁଟକେଶକୁ ଖୋଲୁଥିବା ବେଳେ କେତେକ ଛାତ୍ର ଏହାକୁ ଘେରି ଛିଡାହୋଇଥିବା ଦେଖିବାକୁ ମିଳୁଛି।
ଲଗେଜଟି ଖୋଲିବା ପରେ ତା ମଧ୍ୟରୁ ଜଣେ ଝିଅ ବାହାରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଦେଖିବାପରେ ହଷ୍ଟେଲର ସୁରକ୍ଷାକର୍ମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଜଣେ ଛାତ୍ର ଆରମ୍ଭରୁ ଶେଶଯାଏ ସମସ୍ତ ଦୁଶ୍ୟକୁ ନିଜ ମୋବାଇଲରେ କଏଦ କରିଥିଲେ। ତେବେ ଏହି ଭିଡିଓଟି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବାଇରାଲ ହେବାରେ ଲାଗିଛି।
ତେବେ ସୁଟକେଶରେ ଜଣେ ଲୁଚି ରହିଥିଲେ ବୋଲି ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ କିମ୍ୱା ସୁରକ୍ଷାକର୍ମୀମାନେ କିପରି ଜାଣିଲେ ତାହା ଜଣାପଡିନାହିଁ। ତେବେ ଝିଅଟି ସୁଟକେଶରୁ ବାହାରିବା ପରେ ଛାତ୍ର ଓ ଉକ୍ତ ଝିଅଙ୍କ ସହ କଣ ହେଲା ତାହା ମଧ୍ୟ ଜଣାପଡିପାରିନାହିଁ।