ନୂଆଦିଲ୍ଲୀ,୧୨।୪: ଆମେରିକାର ଟାରିଫ୍ କାରଣରୁ ସାରା ଦୁନିଆରେ ଅନିଶ୍ଚିତତାର କଳା ବାଦଲ ଢାଙ୍କି ହୋଇଯାଇଛି। ଦରଦାମ ବୃଦ୍ଧି ଆଶଙ୍କା ବଢିଛି। ଏହା ଭିତରେ ଭାରତୀୟ ରିଜର୍ଭ ବ୍ୟାଙ୍କ କରିଛି ଏକ ବଡ଼ ଘୋଷଣା। ଆରବିଆଇ ଆଗକୁ ବ୍ୟାଙ୍କିଙ୍ଗ ସିଷ୍ଟମରେ ରେକର୍ଡ ମାତ୍ରାରେ ନଗଦ ଟଙ୍କା ରଖିବାର ପ୍ରସ୍ତୁତିରେ ଅଛି। ଯାହାର ମୋଟ ମୂଲ୍ୟ ୪୭,୦୦୦ କୋଟି ଟଙ୍କା । ଏହାଦ୍ବାରା ବିଶ୍ବସ୍ତରରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜରୁ କିଛି ମାତ୍ରାରେ ଆଶ୍ବସ୍ଥି ମିଳିପାରେ। ଏହା ପୂର୍ବ
ସରକାରୀ ତଥ୍ୟରୁ ଜଣାପଡିଛି ଯେ ଜାନୁଆରୀ ୨୦୨୫ ରୁ ଏପର୍ଯ୍ୟନ୍ତ, ରିଜର୍ଭ ବ୍ୟାଙ୍କ ବ୍ୟାଙ୍କିଂ ସିଷ୍ଟମରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କା ପ୍ରବେଶ କରିଛି। ଲିକ୍ବିଡିଟି ବୃଦ୍ଧି ସହିତ, ରିଜର୍ଭ ବ୍ୟାଙ୍କ ଫେବୃଆରୀ ଏବଂ ଏପ୍ରିଲରେ ଦୁଇଥର ରେପୋ ହାର ମଧ୍ୟ ହ୍ରାସ କରିଥିଲା। ଏହି କାରଣରୁ, ବ୍ୟାଙ୍କ ଏବଂ ଏନବିଏଫସିରୁ ଋଣ ଉପରେ ସୁଧ ହାର ହ୍ରାସ ପାଇଛି। ବ୍ୟାଙ୍କିଙ୍ଗ ସିଷ୍ଟମରେ ଲିକ୍ବିଡିଟି ବୃଦ୍ଧି କରିବା ପାଇଁ, RBI ଓପନ୍ ମାର୍କେଟ ଅପରେସନ୍ (OMO), ଡଲାର-ରୁପି ସ୍ୱାପ୍ ଏବଂ ଭେରିଏବଲ୍ ରେପୋ ରେଟ୍ (VRR) ଭଳି ଅନେକ ପଦ୍ଧତି ଗ୍ରହଣ କରିଛି।
ଏହି ନୀତି ଅନୁଯାୟୀ, RBI ବଣ୍ଡ, ସିକ୍ୟୁରିଟି ଭଳି ସରକାରୀ ସିକ୍ୟୁରିଟି କ୍ରୟ କିମ୍ବା ବିକ୍ରୟ କରେ। ବ୍ୟାଙ୍କିଙ୍ଗ ସିଷ୍ଟମରେ ଲିକ୍ବିଡିଟି ବୃଦ୍ଧି କରିବା ଏବଂ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ, RBI ସରକାରୀ ସିକ୍ୟୁରିଟିଜ୍ କିଣେ, ଯାହା ଫଳରେ ବ୍ୟାଙ୍କଗୁଡ଼ିକରୁ ଟଙ୍କା ଆସିଥାଏ।ବ୍ୟାଙ୍କଗୁଡ଼ିକୁ ଅଧିକ ଋଣ ଦେବା ପାଇଁ ପ୍ରୋତ୍ସାହିତ କରିବା। ଏହାଦ୍ବାରା ଅର୍ଥନୈତିକ ବିକାଶ ହୋଇପାରିବ। ସେଭଳି ଅର୍ଥନୀତିରେ ଆକ୍ସେସ ଲିକ୍ବିଡିଟିକୁ ହ୍ରାସ କରିବା ପାଇଁ, RBI ସରକାରୀ ସିକ୍ୟୁରିଟିଜ୍ ବିକ୍ରି କରେ, ଯାହାଫଳରେ ବ୍ୟାଙ୍କଗୁଡ଼ିକ ପାଖରେ ଋଣ ପ୍ରଦାନ କରିବାର କ୍ଷମତା ହ୍ରାସ ପାଇବ। ଏଭଳି ଭାବରେ ମାର୍କେଟରେ ଟଙ୍କା କମ୍ ପହଁଞ୍ଚି। ଓପନ ମାର୍କେଟ ଅପରେସନ୍ ଏଭଳି ଏକ ଟୁଲ୍, ଯାହାର ବ୍ୟବହାର କେନ୍ଦ୍ରୀୟ ବ୍ୟାଙ୍କ, ଦରଦାମ୍, ସୁଦ୍ଧ ହାର ଓ ମୁଦ୍ରାର ଯୋଗାଣକୁ ନିୟନ୍ତ୍ରଣ କରିବା ପାଇଁ କରିଥାଏ।