ପ୍ରମୂଖ ଖବର
  • ତପି ମିଶ୍ରଙ୍କ ଉପରେ ହାଇକୋର୍ଟଙ୍କ ଅଙ୍କୁଶ, ଶିବ ତାଣ୍ଡବ ଲେଖାକୁ କରିପାରିବେନି ବ୍ୟବହାର
  • ||
  • ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, କଟକରେ ‘ଆୟୁଷ୍ମାନ ଭାରତ’ ଯୋଜନାର କରିବେ ଶୁଭାରମ୍ଭ
  • ||
  • ବଲାଙ୍ଗୀର : ଜାଲ୍ ନୋଟ୍ କାରବାର ଅଭିଯୋଗରେ ୨ ଗିରଫ, ୫୦ ହଜାର ଟଙ୍କାର ନକଲି ନୋଟ୍ ଜବତ
  • ||
  • ଫୁଲବାଣୀ : ପିକଅପ୍ ଭ୍ୟାନ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • ବୈତରଣୀ ନଦୀ ପଠା ମଶାଣିରୁ ଶବ ଚୋରି ଅଭିଯୋଗ, ମୃତଦେହ ପୋତା ସ୍ଥାନରେ ପଡ଼ିଛି ମଦ ବୋତଲ
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ୧୨ରୁ ଦୁଇ ଦିନ ଯାଏ କାଳବୈଶାଖୀ ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ
  • ||
  • ଭୁବନେଶ୍ୱର : ସ୍କୁଲ ବନ୍ଦ ନିର୍ଦ୍ଦେଶକୁ ବିରୋଧ, ବାରଣ୍ଡାରେ ଧାରଣା ଦେଲେ ଶତାଧିକ ଛାତ୍ରଛାତ୍ରୀ
  • ||
  • ଗୁରୁବାର ଠାକୁରଙ୍କ ଦୟଣା ଚୋରି ନୀତି, ୨ଦିନ ରତ୍ନଭଣ୍ଡାର ମରାମତି ବନ୍ଦ
  • ||
  • ବଲାଙ୍ଗିରରେ ପୁଣି ଶିଶୁ ବିକ୍ରି: ନବଜାତକକୁ ମଧ୍ୟସ୍ଥି ଜରିଆରେ ୨୦ ହଜାରରେ ବିକିଥିବା ଅଭିଯୋଗ
  • ||
  • ସମ୍ବଲପୁରରେ ସକାଳୁଆ ଅଫିସ୍, ସମୟ ସାରଣୀରେ ନାହିଁ ଲଞ୍ଚ୍ ବ୍ରେକ୍
  • ||
  • ମୟୂରଭଞ୍ଜ : ଶାଳ ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଲୁଟ୍‌ କରି ଫେରିବା ବେଳେ କାର୍‌ ଦୁର୍ଘଟଣା: ଗାଡ଼ିରୁ ସୁନା ରୁପା ସହ ଟଙ୍କା ଜବତ, ୨ ଅଟକ
  • ||
  • ଗୁରୁବାର ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ୍
  • ||

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ବଞ୍ଚାଇଲେ ସାମ୍ବାଦିକ, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

Published By : Harapriya Sethi | April 4, 2025 1:37 PM

ଗୋପାଳପୁର,୦୪/୦୪: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅଧ୍ୟୟନରତ ଛାତ୍ରୀଙ୍କୁ ଯୁବ ସାମ୍ବାଦିକ ଅଳ୍ପକେ ବଞ୍ଚାଇଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗର ବୋଲି ଜଣାପଡିଛି । ଖବର ପାଇ ହଷ୍ଟେଲ ଦାୟିତ୍ୱରେ ଥିବା କର୍ତୃପକ୍ଷ ଛାତ୍ରୀଙ୍କୁ ଉଦ୍ଧାର କରି ଭଞ୍ଜବିହାର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । 

ସୂଚନା ମୁତାବକ, ଛାତ୍ରୀ ଜଣକ କୌଣସି କାରଣରୁ ହଷ୍ଟେଲ ଛାଡି ବିଶ୍ଵବିଦ୍ୟାଳୟରୁ ଛତ୍ରପୁର ଅଭିମୁଖେ ଯାଉଥିଲେ । ଛତ୍ରପୁର ଅଞ୍ଚଳର ସାମ୍ବାଦିକ ଭଗବାନ ଦାଶ ପୁକଡିବନ୍ଧରୁ ଛତ୍ରପୁର ସେହି ରାସ୍ତା ଦେଇ ଯାଉଥିଲେ । ଶୁକ୍ରବାର ଦିନ ପ୍ରାୟ ୧୧ ଟା ବେଳେ ଛାତ୍ରୀ ଜଣକ ଚାଲି ଚାଲି ଯାଉଥିବା ବେଳେ ଜାତୀୟ ରାଜପଥରେ ଯାଆ ଆସ କରିଥିବା ଗୋବିନ୍ଦପୁର ଛକ ଠାରେ ଏକ ଟ୍ରକ୍‌ ଆଗକୁ ଚାଲି ଆସୁଥିଲେ ଯୁବତୀ । ଏହି ସମୟରେ ସେହି ବାଟେ ଯାଉଥିବା ସାମ୍ବାଦିକ ଜଣକ ହଠାତ୍‌ ଯୁବତୀଙ୍କ ହାତକୁ ଟାଣି ଦେଇ ଦୁର୍ଘଟଣାରୁ ବଞ୍ଚାଇ ଥିବା ସାମ୍ବାଦିକ ସୂଚନା ଦେଇଛନ୍ତି । ପରେ ଛାତ୍ରୀ ଜଣଙ୍କୁ ପିଇବା ପାଇଁ ପାଣି ଦେଇ କିଛି ସମୟ ବସାଇଥିଲେ । କିଛି ସମୟ ପରେ ଛାତ୍ରୀର ମୋବାଇଲ୍‌କୁ ଏକ କଲ୍‌ ଆସିଥିଲା । ଫୋନଟିକୁ ସାମ୍ବାଦିକ ଉଠାଇଥିଲେ । ବିଶ୍ଵବିଦ୍ୟାଳୟରୁ କହୁଥିବା କହିବା ପରେ ଏହି ଘଟଣା ଜଣାଇବା ସହ ଗୋବିନ୍ଦପୁର ଛକରେ ଯୁବତୀଙ୍କ ଚେତା ନଥିବା କହିଥିଲେ । ପରେ ହଷ୍ଟେଲ ଦାୟିତ୍ୱରେ ଥିବା କର୍ତୃପକ୍ଷ ସେଠାରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି ଭଞ୍ଜବିହାର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିବା ଜଣାପଡ଼ିଛି । ସେଠାରେ ହଷ୍ଟେଲ ଦାୟିତ୍ୱରେ ଥିବା କର୍ତୃପକ୍ଷ ସେଠାରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.