ଗୋପାଳପୁର ୬/୪: ମାଣ୍ଡିଆପଲ୍ଲୀ ସ୍ଥିତ ରାମ ମନ୍ଦିର ରେ ରାମ ନବମୀ ପାଳିତ ହୋଇଛି। ସକାଳୁ ନିତିକlନ୍ତି ଭାବେ ପୂଜା ଅର୍ଚ୍ଚନା କରାଯାଇଥିଲା।ପୁରୋହିତ ଭାବେ ତ୍ରିଲୋଚନ ପାଠି,ସୁବ୍ରତ ତ୍ରିପାଠୀ,କାମାକ୍ଷା ପ୍ରସାଦ ପାଢ଼ୀ, ଅକ୍ଷୟ ପାଢ଼ୀ,ଗିରିଶ ପ୍ରସାଦ ଦାଶ ପ୍ରମୁଖ ତୁଳସୀ ଅର୍ପଣ କରିଥିଲେ।
ଏହି ଅବସରରେ ଚଳିତ ମାସ ୪ ତାରିଖ ଠାରୁ ୧୪ ତାରିଖ ହନୁମାନ ଜୟନ୍ତୀ ପର୍ଯ୍ୟନ୍ତ ପଞ୍ଚ କୁଣ୍ଡିୟ ବିଶ୍ଵ ଶାନ୍ତି ରାମ ତାରକ ମହାଯଜ୍ଞ ଆରମ୍ଭ ହୋଇଛି। ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତ ଶ୍ରୀରାମ ଙ୍କୁ ଦର୍ଶନ କରି ଆଶିଷ ଗ୍ରହଣ କରିଛନ୍ତି।