ମୁମ୍ବାଇ,୧୦/୦୪: ଆଜି ଅର୍ଥାତ ୧୦ ଏପ୍ରିଲରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ସନ୍ନି ଦେଓଲଙ୍କ ଫିଲ୍ମ 'ଜାଟ' । 'ଗଦର ୨' ପରେ ପୁଣି ଏହି ଫିଲ୍ମରେ ସନ୍ନି ଦେଓଲଙ୍କ ଆକ୍ସନ ଜଲୱା ଦେଖିବାକୁ ମିଳିଛି । ଫ୍ୟାନ୍ସ ଏହି ଫିଲ୍ମକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ପ୍ରଥମ ଦିନରେ ପ୍ରଥମ ଶୋ' ଦେଖିଛନ୍ତି ଦର୍ଶକ । ଯାହାକୁ ନେଇ ସୋସିଆଲ ମି଼ଡିଆରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଅନେକ ଫ୍ୟାନ୍ସ ଫିଲ୍ମକୁ ପସନ୍ଦ କରିଥିବା ବେଳେ ଅନେକ ଏହି ଫିଲ୍ମକୁ ସଲମାନ ଖାନଙ୍କ 'ସିକନ୍ଦର' ସହିତ ତୁଳନା କରୁଛନ୍ତି ।
ତେବେ ଗୋପୀଚାନ୍ଦ ମଲିନେନିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣଦୀପ ହୁଡା, ରେଜିନା କାସଚନ୍ଦ୍ର, ଆୟିଶା ଖାନ, ସାୟାମି ଖେର ଏବଂ ଜରିନା ୱାହାବ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟି ପ୍ରଶଂସକମାନଙ୍କଠାରୁ ବେଶ୍ ଭଲ ପ୍ରତିକ୍ରିୟା ପାଉଛି। ଶୋ’ର ଆମେରିକା ପ୍ରିମିୟରରେ ଯୋଗ ଦେଇଥିବା ଜଣେ ପ୍ରଶଂସକ ଲେଖିଛନ୍ତି, ରଣଦୀପ ହୁଡା ଏବଂ ସନ୍ନି ଦେଓଲଙ୍କ ଏଣ୍ଟ୍ରି ସହିତ ଆରମ୍ଭ, ଏହା ନିଶ୍ଚିତ ଭାବରେ ଏକ ଗଣ ମୁକାବିଲା ହେବ ।
ଏହା ମଧ୍ୟ ପଢନ୍ତୁ- ‘ରେଡ୍-୨’ରେ ତମନ୍ନାଙ୍କ ଆଇଟମ୍ ନମ୍ବର, ଫଟୋ ଓ ଭିଡିଓ ଭାଇରାଲ ପରେ ଚର୍ଚ୍ଚା
ଆଉ ଜଣେ ଲେଖିଛନ୍ତି, ଫିଲ୍ମଟି ଧମାକାଦାର ହେବାକୁ ଯାଉଛି, ଏହା 'ସିକନ୍ଦର' ଅପେକ୍ଷା ଭଲ । ଅନାବଶ୍ୟକ ପ୍ରେମ ନାହିଁ, ଅନାବଶ୍ୟକ ଗୀତ ହି ନାହିଁ । ଆରମ୍ଭରୁ ଦର୍ଶକମାନେ ଯାହା ଦେଖିବାକୁ ଚାହୁଁଥିଲେ ତାହା ଦେଖିବାକୁ ପାଇଁଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ଜାଟ ଏକ ଦେଖିବା ଆବଶ୍ୟକ ଫିଲ୍ମ । ସେହିପରି ଜଣେ ଲେଖିଛନ୍ତି, ଏହି ଫିଲ୍ମ ଗୋପିଚାନ୍ଦ ମାଲିନେନିଙ୍କ ପାଇଁ ପ୍ରଥମ ହିନ୍ଦୀ ବ୍ଲକବଷ୍ଟର ହେବ । ଆଉ ଜଣେ ଲେଖିଛନ୍ତି, ଜାଟର ପ୍ରିମିୟର ଦେଖିଲି, ଏହା ସମ୍ପୂର୍ଣ୍ଣ ପଇସା ବସୁଲ ଫିଲ୍ମ । ପୂର୍ଣ୍ଣ ମନୋରଞ୍ଜନକାରୀ । ରଣଦୀପ ହୁଡାଙ୍କୁ ପ୍ରଶଂସା କରି ଜଣେ ଲେଖିଛନ୍ତି, 'ଗୋଟିଏ ପଟେ ସନ୍ନି ଦେଓଲ ଏବଂ ଅନ୍ୟପଟେ ରଣଦୀପ ହୁଡା, ଏହାଠାରୁ ଭଲ ଆଉ କ'ଣ ହୋଇପାରେ ।