ପ୍ରମୂଖ ଖବର
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

‘ରେଡ୍‌-୨’ରେ ତମନ୍ନାଙ୍କ ଆଇଟମ୍‌ ନମ୍ବର, ଫଟୋ ଓ ଭିଡିଓ ଭାଇରାଲ ପରେ ଚର୍ଚ୍ଚା

Published By : Prameya | April 10, 2025 10:13 AM

ମୁମ୍ବାଇ ୧୦/୦୪: ତମନ୍ନା ଭାଟିଆଙ୍କର କିଛି ଲିକ୍‌ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏଥିରେ ଏକ ଗୀତରେ ତମନ୍ନାଙ୍କୁ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି ।  ଗତ ମଙ୍ଗଳବାର ଅଜୟ ଦେବଗନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରେଡ୍‌-୨’ର ଟ୍ରେଲର୍‌ ରିଲିଜ୍‌  ହୋଇଛି । ଏଥିରେ ତମନ୍ନାଙ୍କ ଝଲକ୍‌ ଦେଖିବା ପରେ ତାଙ୍କର ଫଟୋ ଓ ଭିଡିଓ ଖବରର  ଶିରୋନାମା ହୋଇଛି । ‘ରେଡ୍‌-୨’ରେ ତମନ୍ନା ଏକ ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଫ୍ୟାନ୍‌ ଟ୍ରେଲର୍‌ରେ ଏହାର ଝଲକ୍‌ ପାଇଛନ୍ତି । ତାଙ୍କ ଗୀତ ସୁଟିଂ ବେଳର ଲିକ୍‌ ଭିଡିଓରେ ତମନ୍ନା ଧଳା ଓ ଗୋଲ୍ଡେନ୍‌ ପୋଷାକ ପିନ୍ଧିଛନ୍ତି । ସେ କ୍ୟାମେରାକୁ ପୋଜ୍‌ ଦେଉଥିବାବେଳେ ପଛରେ ନୃତ୍ୟଶିଳ୍ପୀମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । କେବଳ ଝଲକ୍‌ ନୁହେଁ, ପରଦାରେ  ତମନ୍ନାଙ୍କୁ ଅଧିକ ଦେଖିବା ପାଇଁ ଫ୍ୟାନ୍‌ ଖୁବ୍‌ ଉତ୍ସାହିତ ଅଛନ୍ତି ।

ଫିଲ୍ମରେ ତମନ୍ନାଙ୍କ ସ୍ପେଶାଲ ଡାନ୍ସ ନମ୍ବର ନୂଆ ନୁହେଁ । ଅଭିନୟ ସହିତ ସେ ଅନେକ ସାଉଥ୍‌ ଗୀତରେ ନଜର ଆସିଛନ୍ତି । ନିକଟରେ ତାଙ୍କର ‘କବାଲା’ ଏବଂ ବଲିଉଡ୍‌ ଫିଲ୍ମ ‘ସ୍ତ୍ରୀ-୨’ର ‘ଆଜ୍‌ କି ରାତ୍‌’ ଗୀତ  ଚାର୍ଟବଷ୍ଟର୍‌ ହୋଇଥିଲା । ତାଙ୍କ ଅପ୍‌କମିଙ୍ଗ ଫିଲ୍ମରେ ଅଛି ତେଲୁଗୁ ଫିଲ୍ମ ‘ଓଡେଲା-୨’ ।  ‘ରେଡ୍‌-୨’ ଆସନ୍ତା ମେ’ ୧ ତାରିଖରେ ମୁକ୍ତିଲାଭ କରିବ । ଏଥିରେ ଅଜୟ ଦେବଗନଙ୍କ  ସହ ରିତେଶ ଦେଶମୁଖ ଓ ବାନି କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.