ପ୍ରମୂଖ ଖବର
  • ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର, ଚାଳକଙ୍କ ସହ ୪ ଗୁରୁତର
  • ||
  • ମୋହନା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ
  • ||
  • ବିଜାପୁର ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୩ ହାର୍ଡକୋର ମାଓବାଦୀ
  • ||
  • IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା
  • ||
  • ଚିତ୍ରକୋଣ୍ଡା : ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା
  • ||
  • କୋରାପୁଟ : ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର
  • ||
  • କେନ୍ଦୁଝର : ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ
  • ||
  • ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର,ବେଲପାହାଡ- ଝାରସୁଗୁଡ଼ା ରାସ୍ତାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ||
  • ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ରାଜ୍ୟରେ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||

ୱାକଫ୍ ବିଲ୍‌କୁ ନେଇ ବିଜେଡିରେ ହଲଚଲ୍ ! ହୋଟେଲରେ ବିଜେଡି ନେତାଙ୍କ ମେଳି, ବରିଷ୍ଠଙ୍କ ସହ ଏକାଠି ହେଲେ ଯୁବ

Published By : Harapriya Sethi | April 9, 2025 12:17 PM

ଭୁବନେଶ୍ୱର, ୦୯/୦୪: ହୋଟେଲରେ ମେଳି ବାନ୍ଧିଲେ ବିଜେଡି ନେତା । ପଟିଆସ୍ଥିତ ହୋଟେଲ୍ କ୍ରିଷ୍ଟାଲ କ୍ରାଉନ୍‌ରେ ବିଜେଡିର ରୁଦ୍ଧଦ୍ୱାର ବୈଠକ ଚାଲିଛି । ଏହି ବୈଠକରେ ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ, ଭୁପିନ୍ଦର ସିଂ, ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ବଦ୍ରୀ ପାତ୍ର, ନୃସିଂହ ସାହୁ, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓଙ୍କ ଭଳି ନେତାଙ୍କୁ ଏଠାରେ ଦେଖିବାକୁ ମିଳିଛି । 

ତେବେ ବୈଠକର କାରଣ କ'ଣ ତାହା ବର୍ତ୍ତମାନ ଜଣାପଡନାହିଁ । ତଥାପି ୱାକଫ୍‌ ବିଲ୍‌ ସମର୍ଥନକୁ ନେଇ ଗତ କିଛି ଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମେଳି ଅନେକ ପ୍ରଶ୍ନ ଉଠାଇଛି । କାରଣ ୱାକଫ୍‌ ବିଲ୍‌ ସମର୍ଥନକୁ ନେଇ ଦଳ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

କହିରଖୁ କି, ମଙ୍ଗଳବାର ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବରିଷ୍ଠ ବିଜେଡି ନେତାଙ୍କ ସହ ବୈଠକ କରିଥିଲେ ବିଜେଡି ସୁପ୍ରିମୋ । ତେବେ ଏହି ବୈଠକରେ ଓ୍ୱାକଫ୍ ବିଲ୍ ଚର୍ଚ୍ଚା ନୁହେଁ କେବଳ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବୈଠକ ପରେ ଏନେଇ ପ୍ରତିକ୍ରିୟା ରଖିଥିଲେ ନେତୃ ବୃନ୍ଦ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.