ପ୍ରମୂଖ ଖବର
  • ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର, ଚାଳକଙ୍କ ସହ ୪ ଗୁରୁତର
  • ||
  • ମୋହନା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ
  • ||
  • ବିଜାପୁର ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୩ ହାର୍ଡକୋର ମାଓବାଦୀ
  • ||
  • IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା
  • ||
  • ଚିତ୍ରକୋଣ୍ଡା : ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା
  • ||
  • କୋରାପୁଟ : ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର
  • ||
  • କେନ୍ଦୁଝର : ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ
  • ||
  • ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର,ବେଲପାହାଡ- ଝାରସୁଗୁଡ଼ା ରାସ୍ତାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ||
  • ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ରାଜ୍ୟରେ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||

‘ଓଡିଶା ଯାତ୍ରୀ’ ସହ ମିଶିବ ‘ଆମ ବସ୍‌’ ଆପ୍, ଯାତ୍ରୀଙ୍କ ପାଇଁ ସହଜ ହେବ ଟିକେଟ ବୁକିଂ

Published By : Prameya | April 12, 2025 1:37 PM

ଭୁବନେଶ୍ୱର,୧୨/୦୪: ଜଣେ ପର୍ଯ୍ୟଟକ ଖାଲି ଅଟୋ କି କାର ନୁହେଁ, ଗୋଟିଏ  ଆପ୍‌ରେ ଆମ ବସ୍‌ ପାଇଁ ଟିକେଟ୍‌ କାଟି ପାରିବ । ଏମିତିକି ଓଟିଡିସି ତରଫରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଥିବା ବୋଟିଂ ପାଇଁ ମଧ୍ୟ ଟିକେଟ୍‌ କରିହେବ । ଏହି ଲକ୍ଷ୍ୟରେ  ‘ଓଡିଶା ଯାତ୍ରୀ’ ଆପ୍‌ ସହ ମିଶିବାକୁ ଯାଉଛି ଆମ ବସ୍‌ ଆପ୍‌ ଓ ଓଟିଡିସି ପର୍ଯ୍ୟଟନ ଟିକେଟିଂ ପ୍ଲାଟଫର୍ମ । 

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା  ପାଢ଼ୀଙ୍କ ଅଧ୍ୟକ୍ଷତାରେ "ଓଡ଼ିଶା ଯାତ୍ରୀ'କୁ ନେଇ ଶୁକ୍ରବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ ଓଡିଶା ଯାତ୍ରୀ ପାଇଁ ସୁପର ଆପ୍‌ ବନାଯିବ । ଲୋକମାନେ ଉକ୍ତ ଆପ୍‌ ଜରିଆରେ ଆମ ବସ ସହ ବୋଟିଂ ପାଇଁ  ଟିକେଟ୍‌ କାଟିପାରିବେ । ଯାତ୍ରୀଟିଏ ତା'ର ରାଇଡ଼୍‌ ବୁକ୍‌ କରିବା ପାଇଁ ସ୍ଥାନୀୟ ବସ୍‌ ଏବଂ  ପର୍ଯ୍ୟଟକମାନେ ସ୍ଥାନୀୟ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ନେବେ । ଏହି  ରାଇଡ୍‌ ସେବା ଆପ୍‌ ଆଗାମୀ ଦିନରେ ରାଜ୍ୟବ୍ୟାପୀ କାର୍ଯ୍ୟକ୍ଷମ ହେବ । 

ସେହିପରି  ଡ଼ିଜିଟାଲ୍‌ ମାଧ୍ୟମରୁ ବଞ୍ଚିତ ରହୁଥିବା ଗ୍ରାହକଙ୍କ ପାଇଁ ଜନଗହଳି ସ୍ଥାନରେ ଓଡ଼ିଶା ଯାତ୍ରୀ  ଟିକେଟ୍‌ ବୁକିଂ କିଓସ୍କ ବା ବୁଥ୍‌ ତିଆରି ହେଉଛି । ଭୁବନେଶ୍ୱର ବିମାନବନ୍ଦରରେ ଏକ ବୁଥ୍‌ ଥିବା ବେଳେ ରେଳଷ୍ଟେସନ, ବରମୁଣ୍ଡା ଓ କଟକ ବସ୍‌ଷ୍ଟାଣ୍ଡରେ ବୁଥ୍‌ ନିର୍ମାଣ  ଚାଲିଛି । ସାଧାରଣ ଯାତ୍ରୀଟିଏ ମଧ୍ୟ ବୁଥ୍‌ ମାଧ୍ୟମରେ ରାଇଡ଼୍‌ ବୁକିଂ କରିପାରିବେ । ଏହି  ଆପ୍ର ପ୍ରମୁଖ ଆକର୍ଷଣ ହେଉଛି ଏକ ଶୂନ କମିଶନକୁ ପ୍ରାଧାନ୍ୟ ଦେବା ସହିତ ଉଭୟ  କ୍ୟାବ୍‌ ଏବଂ ଅଟୋ ଡ୍ରାଇଭରଙ୍କ ରୋଜଗାରକୁ ସଶକ୍ତ କରୁଛି । ଏହାକୁ ଡ଼ିଜିଟାଲ୍‌ ଭାବରେ  ସଶକ୍ତ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ପରିବେଶକୁ ମଧ୍ୟ ଧ୍ୟାନ ଦିଆଯାଉଛି । ସମୀକ୍ଷା  ବୈଠକରେ ପରିବହନ କମିଶନର ଅମିତାଭ ଠାକୁର, ବିଏମ୍‌ସି କମିଶନର ରାଜେଶ  ପ୍ରଭାକର ପାଟିଲ୍‌ ଓ ପରିବହନ ଯୁଗ୍ମ ନିର୍ଦ୍ଦେଶକ ତପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.