ପ୍ରମୂଖ ଖବର
  • ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର, ଚାଳକଙ୍କ ସହ ୪ ଗୁରୁତର
  • ||
  • ମୋହନା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ
  • ||
  • ବିଜାପୁର ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୩ ହାର୍ଡକୋର ମାଓବାଦୀ
  • ||
  • IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା
  • ||
  • ଚିତ୍ରକୋଣ୍ଡା : ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା
  • ||
  • କୋରାପୁଟ : ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର
  • ||
  • କେନ୍ଦୁଝର : ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ
  • ||
  • ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର,ବେଲପାହାଡ- ଝାରସୁଗୁଡ଼ା ରାସ୍ତାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ||
  • ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ରାଜ୍ୟରେ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଠାରୁ ସାଇବର ଠକେଇ ଘଟଣା: ୨ ସାଇବର ଠକ ଗିରଫ

Published By : Prameya | April 12, 2025 4:30 PM

ବହ୍ମପୁର,୧୨।୪ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଠାରୁ ସାଇବର ଠକେଇ ଘଟଣାରେ ବ୍ରହ୍ମପୁର ପୁଲିସକୁ ମିଳିଲା ବଡ଼ ସଫଳତା। ଦୁଇ ସାଇବର ଠକକୁ ଗୁଜରାଟରୁ ଗିରଫ କରିଲା ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ପୁଲିସ।  କୁଳପତିଙ୍କୁ ଡିଜିଟାଲ ଆରେଷ୍ଟ କରି ୧୪ ଲକ୍ଷ ଟଙ୍କା ଠକି ନେଇଥିଲେ ସାଇବର ଠକ।

ଫେବୃଆରୀ ୧୪ ତାରିଖରେ ଦୀପଙ୍କର ବର୍ମା ଅର୍ଥ ହେରେଫେର ମାମଲାରେ ସମ୍ପୃକ୍ତ ଦର୍ଶାଇ ସି ବି ଆଇ ଅଫିସର ତଦନ୍ତ କରୁଥିବା କହି ଡିଜିଟାଲ ଆରେଷ୍ଟ କରିଥିଲେ। ସୁପ୍ରିମକୋର୍ଟର ୱାରେଣ୍ଟ ଅଛି ୧୪ ଲକ୍ଷ ଟଙ୍କା ଦିଆଯାଇଥିବା ଏକାଉଣ୍ଟରେ ଡିପୋଜିଟ କରିବାକୁ ନିର୍ଦେଶ ଦେଇଥିଲେ। କୁଳପତି ମଧ୍ୟ ସମ୍ପୃକ୍ତ ଏକାଉଣ୍ଟରେ ୧୪ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ। ତଦନ୍ତ ପରେ ୨୨ ତାରିଖ ଭିତରେ ଟଙ୍କା ଫେରସ୍ତ ହେବ ବୋଲି କହିଥିଲେ। ୧୫ ତାରିଖରେ ୮୦ ହଜାର ଟଙ୍କା ଆକାଉଣ୍ଟକୁ ଫେରସ୍ତ କରିଥିଲେ। କିନ୍ତୁ ବଳକା ଅର୍ଥ ୨୩ ତାରିଖ ଭିତରେ ଆଉ ଫେରସ୍ତ ନହେବାରୁ ଫେବୃଆରୀ ୨୪ ତାରିଖରେ କୁଳପତି ବ୍ରହ୍ମପୁର ସାଇବର ପୁଲିସ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଗୁଜରାଟରୁ ଭୁତୀୟା ଯେନିଲ ଓ ବିଶ୍ୱଜିତ ସିନ ଗୋହିଲ ଦୁଇଜଣଙ୍କୁ ଗିରଫ କରିଛି। ଗୁଜରାଟ ଭାବାନଗର ସି ଜେ ଏମ କୋର୍ଟରେ ହାଜର କରିବା ପରେ ଟ୍ରାଂଜିଟ ରିମାଣ୍ଡରେ ଓଡିଶା ଆଣିଛି ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ପୁଲିସ। ବ୍ରହ୍ମପୁର ଏସ ଡି ଜେ ଏମ କୋର୍ଟରେ ହାଜର କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.