ବଣାଇ, ୧୨।୪ : ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଲୁଙ୍ଗା ଗ୍ରାମରେ ଘରୋଇ ଝଗଡା କୁ ନେଇ ସାନଭାଇର ତୀର ମାଡରେ ବଡ଼ ଭାଇର ମୃତ୍ୟୁ ହୋଇଛି। ବଡଭାଇକୁ ହତ୍ୟା ପରେ ସାନଭାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ମୃତକ ଜଣକ ହେଲେ ଗାମିୟା ମୁଣ୍ଡା।
ସାନଭାଇ ସନାତନ ମୁଣ୍ଡା ଏବଂ ବଡ଼ ଭାଇ ଗାମିୟା ମୁଣ୍ଡାର ପୂର୍ବରୁ ବିବାଦ ଥିଲା। ଶନିବାର କୋଣସି କାରଣରୁ ଦୁଇ ଜଣ ଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହା ପରେ ସାନଭାଇ ଘରୁ ଧନୁ ତୀର ଆଣି ବଡ଼ ଭାଇ କୁ ମାରି ଦେବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ବଡ଼ ଭାଇ ମୃତ୍ୟୁ କୁ ଦେଖି ସାନଭାଇ ସନାତନ ବିଷ ପିଇ ଦେଇଥିଲା। ଗୁରୁତର ଅବସ୍ଥାରେ ସନାତନଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହୁଲପଦା ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ର ଅଧିକ ତଦନ୍ତ କରୁଛି।