ବ୍ରହ୍ମଗିରି ୧୨/୦୪: ବ୍ରହ୍ମଗିରି ହାଣ୍ଡିଆଳି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର। ଦୁର୍ଘଟଣାରେ କାର ଚାଳକଙ୍କ ସହ ୪ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାଇ, ଆଜି ସାତପଡ଼ାରୁ ପୁରୀ ଅଭିମୁଖେ ଏକ କାର ୪ ଯାତ୍ରାଙ୍କୁ ନେଇ ଯାଉଥିଲା। ହଣ୍ଡିଆଳି ନିକଟରେ କାର ଚାଳକ ଗାଡି ଉପରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ କାରଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିଲା ଟ୍ରକ୍କୁ ପିଟିଥିଲା। ଦୁର୍ଘଟଣାରେ କାର ଚାଳକ ସହ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିବା ଜଣାପଡିଛି।