ଆନନ୍ଦପୁର,୧୪।୪ : ଆଇ ଆମ ସରି, ଲାଷ୍ଟ ଡେ, ଆଉ କାହା କଥା ପାଇଁ ମୁଁ ନିଜେ ଫସିଗଲି । ସେଥିପାଇଁ ମୁଁ ମୋ ଭୁଲ୍ ମାଗୁଛି । ଆଜି ମୋର ଭୁଲ ନଥିଲେ ବି ମୁଁ ଖରାପ ହେଇଗଲି । ସେଥିପାଇଁ ସମସ୍ତଙ୍କ ଠୁ ବହୁତ୍ ଦୁରକୁ ଚାଲିଲି । ମୋତେ ସମସ୍ତେ କ୍ଷମା କରିଦେବେ । ହ୍ବାଟସଆପରେ ଏଭଳି ଏକ ଷ୍ଟାଟସ୍ ଦେଇ ଜଣେ ଯୁବତୀ ବେକରେ ଓଡଣୀ ଲଗାଇ ଝୁଲିପଡି ଆତ୍ମହତ୍ୟା କରିଛନ୍ତି । ଆନନ୍ଦପୁର ପୌରାଞ୍ଚଳ ଅଧିନ ଫକିରପୁର ତାରିଣୀ ମହିଳା ମେସ୍ ଠାରେ ଘଟିଛି ଏଭଳି ଏକ ଘଟଣା ଘଟିଛି। ମୃତା ଛାତ୍ରୀ ଜଣକ ହେଲେ ମାନସୀ ନାୟକ। ଘର ଯାଜପୁର ଜିଲ୍ଲା ଟମକା ଥାନା ବାଦିବିଲ ଗାଁ ରେ ।
ସେ ଏଠାରେ ରହି ଆନନ୍ଦପୁର ମହାବିଦ୍ୟାଳୟ ଠାରେ ଯୁକ୍ତ ୩ ଶେଷବର୍ଷ ବିଜ୍ଞାନ ପାଠ ପଢୁଥିଲେ । ଖବର ପାଇ ଆନନ୍ଦପୁର ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତା ଛାତ୍ରୀର ମୋବାଇଲ୍ ଜବତ କରିବାସହ ମେସ୍ ରେ ଥିବା ଅନ୍ୟ ଅନ୍ତେବାସୀ ଙ୍କୁ ପଚାରା ଉଚାରା ଚଳାଇଛି । ତେବେ ଷ୍ଟାଟସ୍ ର ଲେଖା କୁ ଦେଖିଲେ ଆତ୍ମହତ୍ୟା ପଛରେ କିଛି ଭିନ୍ନ କାରଣ ରହିଥିବା ସଂନ୍ଦେହ ହୋଇଛି ।