ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ

Published By : Harapriya Sethi | April 13, 2025 7:15 AM

ଭୁବନେଶ୍ୱର, ୧୩/୦୪: ଟିକିଏ ଅସାବଧାନତାରୁ ଚାଲିଗଲା ଜୀବନ । ଶିଶୁପାଳଗଡ଼ରେ ୧୧ କେଭି ବିଦ୍ୟୁତ୍‌ ତାର ସଂପର୍ଷରେ ଆସି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଉଛନ୍ତି ଦଶପଲ୍ଲା ଥାନା ଗୋଡ଼ିବିଡା ଗ୍ରାମର ୨୨ ବର୍ଷିୟ ମାନସ ନାୟକ । ଭୁବନେଶ୍ୱରର ବାଲିପାଟଣା ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ମାନସ ଶିଶୁପାଳଗଡ଼ରେ ଭଡାରେ ରହୁଥିଲେ । ଶୁକ୍ରବାର ରାତିରେ ଶିଶୁପାଳଗଡ ସ୍ଥିତ ଭଡା ଘରକୁ ଫେରିଥିଲେ । ବାଲକୋନିରେ କିଛି ସମୟ ଠିଆ ପରେ ସାମ୍ନା ଥିବା ୧୧ କେଭି ତାରକୁ ଅନ୍ୟମନସ୍କ ଭାବେ ଧରି ପକାଇଥିଲେ । ଏଥିରେ ମାନସଙ୍କ ଶରୀର ଜଳି ଉଠିଥିଲା । ପରେ ସେ ମୃତ୍ୟ ବରଣ କରିଥିଲେ । ଅଘଟଣ ସମୟରେ ମାନସଙ୍କୁ ନିକଟରେ ଥିବା ଅନ୍ୟ ଜଣେ ଯୁବକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ଖବର ପାଇବା ପରେ ଧଉଳି ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.