କଣ୍ଟାବାଞ୍ଜି,୧୨।୪ : ଭଣଜାର ଠେଙ୍ଗା ମାଡ଼ରେ ମାମୁଁ ମୃତ। ଷୋହଳ ପ୍ରହରୀ ନାମ ଯଜ୍ଞ ଚାଲୁଥିବା ବେଳେ ପଛପଟୁ ଆକ୍ରମଣ କରି ଠେଙ୍ଗାରେ ପିଟି ପିଟି ମାମୁଁ କୁ ହତ୍ୟା କଲା ଭଣଜା । ମୁରିବାହାଲ ଥାନା କର୍ଲାପିଟା ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ହେଲେ ବିଭୀଷଣ ଧରୁଆ ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରିଛି। ଅଭିଯୁକ୍ତ ଭଣଜା ପୁରନ୍ଦର ଧରୁଆଙ୍କୁ ପୋଲିସ ଅଟକ ରଖିଛି ।କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ରହିଛି ।