ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ସମ୍ ନର୍ସିଂ କଲେଜ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

Published By : Prameya | April 10, 2025 9:07 PM

ଭୁବନେଶ୍ୱର,୧୦/୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୫ ପାଳିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ ‘ସୁସ୍ଥ ପ୍ରାରମ୍ଭ, ଆଶାପୂର୍ଣ୍ଣ ଭବିଷ୍ୟତ’କୁ ନେଇ ଏହି ଦିବସ ପାଳନ କରାଯାଇଛି । ଏହି ଅବସରରେ ଏସ୍‌ଏନ୍‌ସିର ଛାତ୍ରଛାତ୍ରୀମାନେ ଚଳିତ ବର୍ଷର ବିଶ୍ୱ ସ୍ୱାସ୍ଥ୍ୟ ଦିବସର ପ୍ରସଙ୍ଗକୁ ନେଇ ଆୟୋଜିତ ପୋଷ୍ଟର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହାଛଡ଼ା ମା’ ଏବଂ ଶିଶୁର ଯତ୍ନ ସମ୍ପର୍କିତ ଏକ ସଚେତନତା ରାଲି ମଧ୍ୟ ଆୟୋଜନ କରାଯାଇଥିଲା ।

କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗର ମୁଖ୍ୟ ପ୍ରଫେସର ତପତି ଶାହା, ଆସୋସିଏଟ ପ୍ରଫେସର ପୁଷ୍ପାଞ୍ଜଳି ମହାପାତ୍ର ଏବଂ ବିଭାଗର ଟ୍ୟୁଟର ଶ୍ରୀମତି ଅର୍ଥ କାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ବିଭାଗର ପିଜି ଓ ପୋଷ୍ଟ ବେସିକ୍ ଛାତ୍ରଛାତ୍ରୀମାନେ ଭରତପୁର ଅଂଚଳରେ ଏକ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରିଥିଲେ । ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ବିଭାଗର ଟ୍ୟୁଟର ସୁପ୍ରିୟା ସାହୁ ସମସ୍ତ ପ୍ରତିଯୋଗିତା ପରିଚାଳନା କରିଥିଲେ । 

ଏହି ଅବସରରେ ଆୟୋଜିତ ଏକ କର୍ମଶାଳାରେ ଏସ୍‌ଏନ୍‌ସିର ଡିନ୍ ଡକ୍ଟର ସସ୍ମିତା ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ଏନ୍‌ସିଏଚ୍ ଡବ୍ଲୁଏଚ୍‌ଓ ଓଡ଼ିଶାର ମେଡ଼ିକାଲ ଅଫିସର ଡକ୍ଟର ଦେବୀପ୍ରସାଦ ଗୋସ୍ୱାମୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ଶିଶୁ ଏବଂ ମା’ର ଯତ୍ନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ବିଭାଗର ଆସୋସିଏଟ ପ୍ରଫେସର କ୍ରିଷ୍ଣା ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ଶେଷରେ ବିଭାଗର ଟ୍ୟୁଟର ସୁଚିସ୍ମିତା ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଫୁଲନଖରା ସ୍ଥିତ ସମ୍ ନର୍ସିଂ କଲେଜ -୨ରେ ମଧ୍ୟ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ -୨ ର ଡିନ୍ ପ୍ରଫେସର (ଡ.) ଅରକ୍ଷିତ ସ୍ୱାଇଁ ଓ ଆସିଷ୍ଟାଂଟ ମେଡ଼ିକାଲ୍ ସୁପରିଣ୍ଟେଣ୍ଡାଣ୍ଟ ପ୍ରଫେସର ସିଦ୍ଧାର୍ଥ ଗୌତମ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଫେସର(ଡ.)  ଅନୁରାଧା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମୁଖ୍ୟବକ୍ତା ଡ. ଅମ୍ରିତା ଲେଙ୍କା  ଦିବସର ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । 

ଏହି ଅବସରରେ ଉପସ୍ଥିତ ମୁଖ୍ୟ ଅତିଥିମାନେ ସ୍ୱାସ୍ଥ୍ୟକ୍ଷେତ୍ରରେ ନିଜର ଉଲ୍ଲେଖନୀୟ ମତାମତ ପ୍ରଦାନ କରିଥିଲେ । ଅନୁଷ୍ଠାନର   ବି.ଏସ୍‌.ସି ଟ୍ୟୁଟର ମେଘ୍ନା ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଆସିଷ୍ଟାଂଟ ପ୍ରଫେସର ଦେବିକା ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.