ଚନ୍ଦନେଶ୍ୱର,୨୫ା୩(ଆ.ପ୍ର): ଆମକୁ ୩ହଜାର ୫ଶହଟଙ୍କା ଭତ୍ତା ଦିଅ । ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଶୋଇଲୁ ।୩ ମାସର ବର୍ଦ୍ଧିତ ଟଙ୍କା ନ ମିଳିଲେ ଘରକୁ ଯିବୁନି । ଏମିତିଜିଦ୍ ଧରି ବସିଥିଲେ ୮୦ରୁ ୧୦୨ ବର୍ଷର ବୃଦ୍ଧବୃଦ୍ଧାମାନେ ।ଶେଷରେ ସରପଞ୍ଚ ପ୍ରତ୍ୟାଶା ପାତ୍ର ନିର୍ଭରଯୋଗ୍ୟପ୍ରତିଶ୍ରୁତି ଦେବା ପରେ ଘରକୁ ଫେରିଥିଲେ । ଏଭଳିଘଟଣା ଦେଖିବାକୁ ମିଳିଛି ଭୋଗରାଇ ବ୍ଲକ ଅଧୀନଶ୍ରଦ୍ଧାପୁର ପଞ୍ଚାୟତରେ ।ସୂଚନା ଅନୁଯାୟୀ, ୮୦ ବର୍ଷରୁ ଊଦ୍ଧ୍ୱର୍ ବୃଦ୍ଧବୃଦ୍ଧାଙ୍କୁମାସିକ ୩ହଜାର ୫ଶହ ଟଙ୍କା ଭତ୍ତା ପ୍ରଦାନ ପାଇଁ ସରକାରଘୋଷଣା କରିଛନ୍ତି । ଏଥିପାଇଁ ଜାନୁଆରୀ ମାସରୁ ବର୍ଦ୍ଧିତଟଙ୍କା ପ୍ରଦାନ ମଧ୍ୟ ଆରମ୍ଭ ହୋଇଛି । ମାତ୍ର ପରିତାପରବିଷୟ ଶ୍ରଦ୍ଧାପୁର ପଞ୍ଚାୟତର ୬୯ଜଣ ଯୋଗ୍ୟ ବୃଦ୍ଧବୃଦ୍ଧାଆବଶ୍ୟକୀୟ ପ୍ରମାଣ ପତ୍ର ଦେଇ ବି ୩ ମାସ ହେଲା ବଦ୍ଧିର୍ତ ଟଙ୍କା ପାଉନାହାନ୍ତି ।
ଏନେଇ ସେମାନେ ଭୋଗରାଇ ବିଡିଓ,ସାମାଜିକ ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ମଙ୍ଗଳଅଧିକାରୀ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗକରିଥିଲେ ମଧ୍ୟ ସୁଫଳ ପାଇ ନାହାନ୍ତି । ଏଣୁ ବାଧ୍ୟହୋଇମଙ୍ଗଳବାର ପଂଚାୟତ ଅଧୀନ ଶାନ୍ତିନଗର, ପ୍ରହରାଜପୁର,ନାଫରାଇ, କିସ୍ମତ ନାଫରାଇ, ସରବଣୀ, ଶ୍ରଦ୍ଧାପୁର,କନ୍ୟାନଗରୀ, ଖଡ଼ ିବିଲ, ପଳାସିଆ ଆଦି ୧୪ଟିୱାର୍ଡର ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟଆଗରେ ଧାରଣା ଦେଇଥିଲେ । ଏନେଇଭୋଗରାଇ ବିଡିଓ ପ୍ରଶାନ୍ତ କୁମାର ମହାରଣାଙ୍କୁଯୋଗାଯୋଗ କରିବାରୁ ତାଙ୍କୁ ଏ ସମ୍ପର୍କରେ କିଛିଜଣାନାହି ଁ । ତଦନ୍ତ କରି ବୁଝିବେ ବୋଲି କହିଛନ୍ତିା ଆସନ୍ତା ମାସକୁ ମୋଟ ୪ ମାସର ବର୍ଦ୍ଧିତ ଟଙ୍କାନ ମିଳିଲେ ସେମାନେ ପଂଚାୟତ ଆଗରେଶୋଇ ରହିବେ ବୋଲି କଡ଼ା ଚେତାବନୀଦେଇଛନ୍ତି । ଏଥିରେ ଚନ୍ଦନ ପାତ୍ର, ନୀଳକଣ୍ଠଭଞ୍ଜ, ବିନୟ ମାହାନା, ଶଶିକାନ୍ତ ସାହୁ, ନବୀନପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସୁରଙ୍କ ନେତୃତ୍ୱରେହିତାଧିକାରୀ ଶ୍ରୀହରି ପାତ୍ର, ନୀଳମଣି ଭଞ୍ଜ,ଗିରିବାଲା ଗିରି, ଜଟେଶ୍ୱର ଦେ, ସ୍ୱର୍ଣ୍ଣଲତାପଟ୍ଟନାୟକ, ସୁଶିଳା ପଟ୍ଟନାୟକ, ନିତ୍ୟନନ୍ଦ ସାହୁ,ଶମ୍ଭୁନାଥ ଗିରି, ଶାନ୍ତିଲତା ମାହାନା ପ୍ରମୁଖ ସାମିଲ ଥିଲେ ।