ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆନ୍ଦୋଳନର ଚେତାବନୀ ପରେ ଟିକିରି ଷ୍ଟେସନରେ ଲାଗିଲା ଓଡ଼ିଆ ସୂଚନା ଫଳକ

କାଶୀପୁର - ଗତକାଲି କାଶୀପୁର ବ୍ଲକ ଟିକିରି ରେଳ ଷ୍ଟେସନରେ ଲଗା ଯାଇଛି ଓଡ଼ିଆ ଭାଷାର ସୂଚନା ଫଳକ। ରେଳ ଷ୍ଟେସନରେ ଓଡ଼ିଆ ଭାଷାରେ ଲେଖା ଥିବା ଟ୍ରେନ ଚଳାଚଳ ସମୟ ସାରିଣୀ ଏବଂ ଭଡ଼ା ତାଲିକାର ସୂଚନା ଫଳକ ଲଗାଯିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା। କିନ୍ତୁ ରେଳ କର୍ତ୍ତୃପକ୍ଷ ଏହାକୁ ଏଡ଼ାଇ ଚାଲି ଥିଲେ। 

ଫଳକ ଲଗାଇବା ପାଇଁ  ଶେଷରେ ଅଞ୍ଚଳବାସୀ ଆନ୍ଦୋଳନର ଚେତାବନୀ ଦେବା ପରେ , ଗତକାଲି ଷ୍ଟେସନରେ ଲାଗିଛି ସୂଚନା ଫଳକ। ଲୋକଙ୍କ ଦାବିକୁ ରେଳବାଇ ଗ୍ରହଣ କରି ଓଡ଼ିଆ ସୂଚନା ଫଳକ ଲଗାଇବାର ବ୍ୟବସ୍ଥା କରିଥିବାରୁ ଅଞ୍ଚଳବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ଯାତ୍ରୀଙ୍କ ଅବଗତ ନିମନ୍ତେ ଟ୍ରେନ୍‌ର ସମୟ ସାରିଣୀ ଓ ଭଡ଼ା ତାଲିକା ପ୍ରାଦେଶିକ ଭାଷା ସହିତ ହିନ୍ଦୀ ,ଇଂରାଜୀରେ ଲେଖାଯିବାର ନିୟମ ରହିଛି। କିନ୍ତୁ ସମୟ ସାରିଣୀ କେବଳ ଇଂରାଜୀ ଭାଷାରେ ଲେଖା ହୋଇଥିବାରୁ ଲେଖାପଢା ଜାଣି ନଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ରେଳବାଇ ଓଡ଼ିଆର ଅସ୍ମିତା ସୁରକ୍ଷା ପାଇଁ ତୁରନ୍ତ ଓଡ଼ିଆ ସୂଚନା ଫଳକ ଟାଙ୍ଗିବାର ବ୍ୟବସ୍ଥା କରାନଗଲେ, ଆନ୍ଦୋଳନର ଚେତାବନୀ ଦିଆଯାଇ ଥିବାର ଗତ ଦିନରେ ଖବର ପ୍ରକାଶ ପାଇଥିଲା। ଏଥିରେ ରେଳବାଇ ଅଧିକାରୀ ମାନେ ତତ୍ପରତା ପ୍ରକାଶ କରିଥିଲେ। ରେଳବାଇର ଜଣେ ଅଧିକାରୀ ଆଜି ଟିକିରି ଷ୍ଟେସନରେ ଓଡ଼ିଆ ଫଳକ ଲାଗିବା ନେଇ ରେଳଯାତ୍ରୀ କମିଟି ଆବାହକ ତଥା ଓଡ଼ିଆ ଭାଷା ଆନ୍ଦୋଳନ ସଭ୍ୟ ଗୌରାଙ୍ଗ ଚରଣ ସାହୁଙ୍କୁ ସୂଚନା ଦେଇ ଥିଲେ। ଏଥିପ୍ରତି ଶ୍ରୀ ସାହୁ ରେଳବାଇ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.