ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୧୧ ମିଶନ ଶକ୍ତି ଗୃହ କାମରେ ଲାଗୁନି, ୭୭ ଲକ୍ଷ ଟଙ୍କା ବ୍ୟୟରେ କରାଯାଇଛି ନିର୍ମାଣ

Published By : Prameya | February 22, 2025 9:12 PM

ଖଲ୍ଲିକୋଟ ୨୨/୦୨/: ଖଲ୍ଲିକୋଟ ଏନଏସି ରେ ୭୭ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ୧୧ ଗୋଟି ମିଶନ ଶକ୍ତି ଗୃହ କାମରେ ଲାଗୁନି। ୩ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ମିଶନ ଶକ୍ତି ଗୃହ ଗୁଡିକ ଭୁତ କୋଠି ପାଲଟିଛି । ନିର୍ମାଣ ହେବା ଠାରୁ ହୋଇନି କାର୍ଯ୍ୟକ୍ଷମ  । ବ୍ୟବହାର ନହେବା କାରଣରୁ ଲଟାବୁଦା ମାଡି ଜଙ୍ଗଲ ପାଲଟିଲାଣି  । 

 ମିଶନ ଶକ୍ତି ମହିଳାଙ୍କ ପାଇଁ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦର ୧୨ ଟି ଓାର୍ଡରୁ ୧୧ ଟି ଓାର୍ଡରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ମୁକ୍ତା ଯୋଜନା ମାଧ୍ୟମରେ ଟଙ୍କା ବ୍ୟୟ ବରାଦ କରାଯାଇଥିଲା  । ୧୦ ନମ୍ବର ୱାର୍ଡ ବାଲୁକେଶ୍ୱରପୁର ରେ କୌଣସି କାରଣ ରୁ ମିଶନ ଶକ୍ତି ଗୃହ ନିର୍ମାଣ ହୋଇପାରି ନଥିଲା।ତେବେ ୮ ଟି ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ ୩ଟି ଘର ଅସମ୍ପୂର୍ଣ୍ଣ ରହିଛି। ୨୦୨୨ ମସିହା ରେ ମୁକ୍ତା ଯୋଜନା ମାଧ୍ୟମରେ ୭୭ ଲକ୍ଷ ଟଙ୍କ ଖର୍ଚ୍ଚ କରି ଏହି ଗୃହ ଗୁଡିକ ନିର୍ମାଣ କରାଯାଇଥିଲେ ମଧ୍ୟ ୩ ବର୍ଷ ହେଲା ବ୍ୟବହାର ନହୋଇ ପଡି ରହିବା ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି  । ତେବେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ହିନସି ହାଁସଦା କହିଛନ୍ତି ଘର କାମ ସରିଲା ପରେ ଆମେ ସିଡିପିଓ ଙ୍କୁ ଚାବି ହସ୍ତାନ୍ତର କରିଛୁ  । ଏହା କହିଁକି ବ୍ୟବହାର ଯୋଗ୍ୟ ହେଇ ପାରୁନି ଆମେ ଜାଣିନୁ  । 


ତେବେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଏହି ମିଶନ ଶକ୍ତି ଗୃହ ଯଦି ବ୍ୟବହାର ନହୁଏ ତାହାଲେ ଏହା ଧିରେ ଧିରେ ନଷ୍ଟ ହୋଇଯିବ  । ତେଣୁ ଏହାକୁ ଶିଘ୍ର ମିଶନ ଶକ୍ତି ମହିଳା ଙ୍କୁ ଚାବି ହସ୍ତାନ୍ତର କରି କର୍ଯ୍ୟକ୍ଷମ କରିବାକୁ କଂଗ୍ରେସ ନେତା ମେଘନାଦ ଦଳେଇ, ସୂଚନା ଅଧିକାର କର୍ମୀ ରାଜୀଵ ଖାଡ଼ଙ୍ଗା, ଆଇନଜୀବି ଅରୁଣ କୁମାର ସିଂ ପ୍ରମୁଖ ଦାବୀ କରିଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.